ଭୁବନେଶ୍ୱର: କମିଲା ଟିକସ୍, ଖସିଲା ମଦ ଦର । ଖସିଲା ମଦ ଉପରେ ଲାଗୁଥିବା ସ୍ୱତନ୍ତ୍ର କୋଭିଡ ଶୁଳ୍କ । ଅନ୍ୟ ପଡୋଶୀ ରାଜ୍ୟର ଅତିରିକ୍ତ ଶୁଳ୍କକୁ ଦେଖି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏବେ ଅତିରିକ୍ତ ୫୦% ନୁହେଁ, ୧୫% ଶୁଳ୍କରେ ମିଳିବ ମଦ । ଅନ୍ୟପଟେ ମଦ ଉପରେ ଅତିରିକ୍ତ କୋଭିଡ ଶୁଳ୍କରୁ ଦୁଇ ମାସରେ ମିଳିଛି ୨୦୦ କୋଟି ଟଙ୍କା ।
ଆସନ୍ତାକାଲିଠାରୁ ରାଜ୍ୟରେ ମଦ ଦର ୩୫% କମିବାକୁ ଯାଉଛି । ସ୍ୱତନ୍ତ୍ର କୋଭିଡ ଫିକୁ ୫୦%ରୁ ୧୫%କୁ କମାଇଛି ଅବକାରୀ ବିଭାଗ । ଏଣିକି ସର୍ବାଧିକ ଖୁଚୁରା ଦର ଉପରେ ୧୫% କୋଭିଡ ଫି ନେବେ ରାଜ୍ୟ ସରକାର । ପଡୋଶୀ ରାଜ୍ୟଗୁଡିକରେ ମଦ ଦର କମ୍ ଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ତେବେ କରୋନା ମହାମାରୀ ବ୍ୟାପିବା ଭୟରେ ମଦବିକ୍ରି ବନ୍ଦ ଥିଲା । ପରେ କଟକଣା ମଧ୍ୟରେ କେବଳ ଅନଲାଇନ୍ରେ ମଦବିକ୍ରି ପାଇଁ ଅନୁମତି ଦେଇଥିଲା ରାଜ୍ୟ ଅବକାରୀ ବିଭାଗ । ଏବେ କାଉଣ୍ଟରରେ ମଦ ଉପଲବ୍ଧ ହେଉଥିଲେ ହେଁ ଅତ୍ୟଧିକ ଶୁଳ୍କ ଗ୍ରାହକଙ୍କ ଚିନ୍ତାର କାରଣ ପାଲଟିଥିଲା । ତେବେ ଏହି ଶୁଳ୍କ ଏବେ ୩୫% କମିଛି । ଆସନ୍ତାକାଲିଠୁ କେବଳ ୧୫% ଅତିରିକ୍ତ ଶୁଳ୍କରେ ଗ୍ରାହକ ମଦ ପାଇପାରିବେ ।

