ଅର୍ଗସ ବ୍ୟୁରୋ: ଏ ହେଉଛି ଆମ ହସ୍ପିଟାଲ କାର୍ଯ୍ୟକ୍ରମର ରୂପରେଖ । ଯେଉଁଥିରେ 5-T ଦ୍ବାରା ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରର ଗୋଟିଏ ଲେଖାଁଏ ମେଡିକାଲ ଅର୍ଥାତ 147 ଟି ମେଡିକାଲର ରୂପାନ୍ତରିକରଣ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ 750 କୋଟି ଟଙ୍କାର ବ୍ୟୟ ଅଟକଳ ବି କରାଯାଇଛି। କହୁଯାଇଛି ଯେ ଏହି 147 ଟି ହସ୍ପିଟାଲର ଭିତ୍ତିଭୂମି ସମେତ 32 ଟି ଦିଗ ଉପରେ ରୂପାନ୍ତରିଣ କାମ କରିବ ସରକାର । ଯେମିତି କି ହସ୍ପିଟାଲରେ ଉତ୍ତମ ବିଜୁଳି ବ୍ୟବସ୍ଥା,ନିର୍ଦେଶ ରହିଥିବା କଲର କୋଡ ଅନୁଯାୟୀ ଡାକ୍ତରଖାନାକୁ ରଙ୍ଗ ଦେବା, ଉଭୟ ପୁରୁଷ,ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବାସ୍ଥ୍ୟକର ଶୌଚାଳୟ, ମୋ ସରକାର ମେସଜ ପାଇଁ ଏଲଇଡି ବ୍ୟବସ୍ଥା, ପାଓ୍ବାର ବ୍ୟାକଅପ, ବର୍ଜ୍ୟ ପରିଚାଳନାର ଉତ୍ତମ ଭିତ୍ତିଭୂମି ସହ ସୋଲାର ଲାଇଟ ବ୍ୟବସ୍ଥା,ପାର୍କିଂ, ବଗିଚା ,ପାଚେରୀ, ପାନିୟ ଜଳ ବ୍ୟବସ୍ଥା, ହସ୍ପିଟାଲକୁ ରାସ୍ତା ସଂଯୋଗୀକରଣ କରିବା ପାଇଁ ଯୋଜନା କରିଛନ୍ତି ସରକାର ।
ସେହିପରି ଏହି ହସ୍ପିଟାଲରେ 90 ପ୍ରତିଶତ ଡାକ୍ତର ନିୟୋଜିତ ପାଇଁ ବି ସରକାର ଯୋଜନା କରିଛନ୍ତି । ଆଉ ଏବେ ନଜର ପକାନ୍ତୁ ରାଜ୍ୟରେ କିପରି ଚାଲିଛି ରୋଗୀ ସେବା । ସରକାରଙ୍କ କଥା ଆଉ କାମର ଏହି ଆକାଶ ପାତାଳ ଫରକକୁ ବି ଅନୁଭବ କରନ୍ତୁ । ଡାକ୍ତର ନୁହେଁ, ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଦୁର୍ଘଟଣାର ଶିକାର ଛାତ୍ରଙ୍କୁ ଚିକିତ୍ସା କରୁଛନ୍ତି ସିକ୍ୟୁରିଟି ଗାର୍ଡ। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ପ୍ରାଥମିକ ଚିକିତ୍ସା ସଠିକ୍ ଭାବେ ନମିଳିବାରୁ ଛାତ୍ରଙ୍କ ମୃତ୍ୟୁ ହେଲା ବୋଲି ଅଭିଯୋଗ କଲେ ସଂପର୍କୀୟ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ