ପାଖାପାଖି ୧୦ ଖଣ୍ଡ ଗ୍ରାମବାସୀ ଏହି ନଦୀ ଉପରେ ନିର୍ଭର କରିଥାନ୍ତି । ଗାଁରେ ବସବାସ କରୁଥିବା ଅନେକ ଲୋକଙ୍କୁ ଆଜି ଯାଏଁ ମିଳିପାରିନି ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା । ଏହାସହ ଆବାସ ଯୋଜାନା ମଧ୍ୟ ଏଠି ଫେଲ ମାରିଛି । ନାହିଁ ନାହିଁରେ ଦିନ କାଟୁଛନ୍ତି ଲୋକେ । ଏ ସବୁ ସମସ୍ୟା ନେଇ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ପୁରା ଗାଁର ତଦାରଖ କରିବା ପରେ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି ସ୍ଥାନୀୟ ବିଡ଼ିଓ ।

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ କୁଟୁଣିକୁଆ ଓ କୁଇହରୁ ଗାଁରେ ବିକାଶ ସାତସପନ । ଏଠାରେ ଫେଲ ମାରିଛି ମୌଳିକ ସୁବିଧା । ଗାଁକୁ ନାହିଁ ଭଲ ରାସ୍ତା , ଶିକ୍ଷା, ସ୍ବାସ୍ଥ୍ୟ, ଓ ପାନୀୟ ଜଳ ଭଳି ମୌଳିକ ସୁବିଧା। ଯେଉଁଠି ସ୍ୱାସ୍ଥ୍ୟ, ଗମନାଗମନର ସୁବିଧା ନାହିଁ ସେଠାରେ ଶିକ୍ଷା କଥା ପଚାରେ ବା କିଏ । ଆଉ ପରିମଳ ବ୍ୟବସ୍ଥା କଥା ନ କହିବା ହିଁ ଭଲ । ଦୁର୍ବିଶହ ଜୀବନ ବିତାଉଛନ୍ତି କୁଟୁଣିକୁଆ ଓ କୁଇହରୁ ଗ୍ରାମବାସୀ । ଏ ସବୁ ସମସ୍ୟା ନେଇ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଅପହଞ୍ଚ ଇଲାକା କୁଟୁଣିକୁଆ ଓ କୁଇହରୁ ଗାଁ । ଏଠି ବିକାଶ ସାତସପନ । ନା ଅଛି ଗମନାଗମନର ସୁବିଧା ନା ଅଛି ପାନୀୟ ଜଳର ସୁବିଧା । ମୌଳକ ସୁବିଧାରୁ ବଞ୍ଚିତ ଗଜପତି ଜିଲ୍ଲା ମୋହନା ବ୍ଲକର କୁଟୁଣିକୁଆ ଓ କୁଇହରୁ ଗାଁ । ପିଣ୍ଡିକି ପଞ୍ଚାୟତର ଝାଟିକାସାହି ଠାରୁ ମାତ୍ର 2 କିଲୋମିଟର ଦୂରରେ ଏହି ଗାଁ । ଗାଁକୁ ରାସ୍ତା କହିଲେ, ଘଞ୍ଚ ଜଙ୍ଗଲ ଘେରା ବିଲ, ହିଡ ରାସ୍ତା ଦେଇ ଯିବାକୁ ପଡେ । ତା ସାଙ୍ଗକୁ କାଦୁଅରେ ପରିପୂର୍ଣ୍ଣ ଏହି ରାସ୍ତା । ଭଲ ରାସ୍ତାଟିଏ ନଥିବାରୁ ମାଇଲ ମାଇଲ ବାଟ ଦୂର ଷ୍ଟ୍ରେଚରରେ ନଦୀ ପାର ହୋଇ ବୁହା ହେଉଛନ୍ତି ରୋଗୀ । ଏପରିକି ପାନୀୟ ଜଳର ସୁବିଧା କହିଲେ ପରିତ୍ୟକ୍ତ କୂଅରେ ଥିବା ଦୂଷିତ ପାଣି । ଯେଉଁଥିରେ ଶୋଷ ମେଣ୍ଟାଉଛନ୍ତି ଗ୍ରାମବାସୀ ।

