ଭାଗଚାଷୀଙ୍କୁ ନା ମିଳୁଛି ସାର ନା ମିଳୁଛି ଋଣ । ଧାନ ବିକିବାକୁ ନାଁ ପଞ୍ଜିକରଣ ବି କରିପାରୁନାହାଁନ୍ତି ଭାଗଚାଷୀ । ହେଲେ ସରକାରଙ୍କ ଦମ୍ଭୋକ୍ତି ଚାଷୀଙ୍କ ଭାଗଚାଷୀଙ୍କୁ ଦିଆଯାଉଛି ସବୁ ସୁବିଧା । ସରକାରୀ ହିସାବରେ ରାଜ୍ୟରେ ଅଛନ୍ତି 9 ଲକ୍ଷ 5 ହଜାର 184 ଭାଗଚାଷୀ । ଏ ହେଉଛି ଜିଲ୍ଲାୱାରୀ ହିସାବ । ଭାଗଚାଷୀଙ୍କୁ ଅଧିକାର ଦେବାକୁ 2011ରୁ ଆରମ୍ଭ ହୋଇଥିଲା ପ୍ରକିୟା । 2017 ଜୁନ 1ରେ ସରକାର ଭାଗଚାଷୀଙ୍କ ଅଧିକାର ପାଇଁ 5 ବିଭାଗର ମନ୍ତ୍ରୀଙ୍କୁ ନେଇ ଗଠନ କରିଥିଲେ ଆନ୍ତ ମନ୍ତ୍ରୀସ୍ତରୀୟ କମିଟି ।
14 ଦିନ ଭିତରେ କମିଟି ରିପୋର୍ଟ ଦେବା କଥା । ହେଲେ କମଟି ବାରମ୍ବାର ବୈଠକ କରିବା ପରେ ନିଷ୍କର୍ସ ବାହାରିଲାନାହିଁ । ଆଉ ସେବେଠାରୁ ବରଗଡର ବୃନ୍ଦାସାହୁଙ୍କ ପରି ଅନେକ ଭାଗଚାଷୀ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି । ଚକଡା ଲାଗିଥିବା ଧାନ କ୍ଷେତ ନଷ୍ଟ ପରେ କ୍ଷତିପୁରଣ ନ ପାଇବାରୁ ନଷ୍ଟ ଫସଲରେ ଅଭିମାନର ନିଆଁ ଲଗାଇଥିବା ବୃନ୍ଦା ଶେଷରେ ସେହି କ୍ଷେତରେ ହିଁ ବିଷପିଇ ଜୀବନ ହାରିଥିଲା । ତଥାପି ସରକାର ଚେତିଲେନି ।
ଭାଗଚାଷୀଙ୍କୁ ଅଧିକାର ଦେବେ କଣ ସମୟ ଗଡାଇ ଚାଲିଲେ ସରକାର । ଆଉ ଏବେ ବିଧାନସଭାରେ କଥା ଉଠିବା ପରେ ରାଜସ୍ବ ବିଭାଗ ଆଇନ ଆଣିବ କହି ଦାୟିତ୍ବ ଖସାଇଦେଇଛନ୍ତି କୃଷି ମନ୍ତ୍ରୀ । ଭାଗଚାଷୀଙ୍କୁ ଅଧିକାର ଦେବା କଥା କହିବା ବେଳେ ସରକାର କାଳିଆ ବଳିଆର ଉଦାହରଣ ଦେଉଛନ୍ତି । ହେଲେ 14 ଦିନ ରିପୋର୍ଟ ଦେବାକୁ ଥିବା କମିଟି କି ରିପୋର୍ଟ ଦେଲା ଓ ସରକାର ଏହା ଉପରେ କି ନିଷ୍ପତ୍ତି ନେଲେ ତାହା ଏବେ ବି ଅନ୍ଧାରରେ ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...