2019ରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟର ପୂରାତନ ଛାତ୍ର ଭାବରେ ‘ଆଲୁମିନି ଅନୁଦାନ ପାଣ୍ଠି’ ଖୋଲିବା ପାଇଁ ପରାମର୍ଶ ଦେବା ସହ 1 ବର୍ଷର ଦରମା ଦେବା ପାଇଁ ଘୋଷଣା କରିଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମି ସୁବିଧା ବଢ଼ାଇବା ତଥା ଛାତ୍ରଛାତ୍ରୀ, ପ୍ରାଧ୍ୟାପକ ଓ କର୍ମଚାରୀଙ୍କ ସୁବିଧା ପାଇଁ ‘ଆଲୁମିନି ଅନୁଦାନ ପାଣ୍ଠି’ ଗଠନ କରିବା ସହ ଏଥିରେ ପୂରାତନ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହଯୋଗ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ ।