ଘର
ଓଡ଼ିଶା
ASOଙ୍କୁ ମାଡ ମରା ଘଟଣା; ବିନା ସର୍ତ୍ତରେ କ୍ଷମା ମାଗିଲେ ମୁଖ୍ୟ ଦୋଷୀ
ASOଙ୍କୁ ମାଡ ମରା ଘଟଣା; ବିନା ସର୍ତ୍ତରେ କ୍ଷମା ମାଗିଲେ ମୁଖ୍ୟ ଦୋଷୀ
by Smruti Parija
ଭୁବନେଶ୍ୱର: ଓଡିଶା ରାଜଭବନର ଏ.ଏସ.ଓ. ବୈକୁଣ୍ଠ ପ୍ରଧାନଙ୍କ ସହ ହୋଇଥିବା ଘଟଣା ସଂକ୍ରାନ୍ତରେ ରାଜ୍ୟପାଳ ଶ୍ରୀ ରଘୁବର ଦାସ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପୀଡିତ ପକ୍ଷ ଶ୍ରୀବୈକୁଣ୍ଠ ପ୍ରଧାନ ଏବଂ ତାଙ୍କ ଧର୍ମପତ୍ନୀଙ୍କ ସହ ଏ.ଏସ.ଓ. ସଂଗଠନର ଏକ ପ୍ରତିନିଧି ମଣ୍ଡଳ ରାଜ୍ୟପାଳଙ୍କ ସହ ସାକ୍ଷାତ କରି ନିଜ କଥା ରଖିଥିଲେ । ତାଙ୍କର ଦାବି ଅନୁସାରେ ଏହି ଘଟଣାର ମୁଖ୍ୟ ଦୋଷୀ ପ୍ରତିନିଧି ମଣ୍ଡଳ ସହ ସମସ୍ତଙ୍କ ସମ୍ମୁଖରେ ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି ।
ଏହାସହ ରାଜ୍ୟପାଳ ମାଡ଼ପିଟରେ ସଂପୃକ୍ତ ଦୋଷୀ ସୁରକ୍ଷା କର୍ମୀମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ କରିବା ନେଇ ଆଶ୍ଵାସନା ଦେଇଛନ୍ତି । ଏହାପରେ ଶ୍ରୀ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ କାର୍ଯ୍ୟାନୁଷ୍ଠାନ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ମାମଲା ପ୍ରତ୍ୟାହାର କରିବା କଥା କହିଛନ୍ତି ।
ସୂଚନାଥାଉ କି, ରଥଯାତ୍ରା ସମୟରେ ରାଜ୍ୟପାଳ ପୁରୀ ରାଜଭବନରେ ଥିବା ସମୟରେ ତାଙ୍କ ପୁଅ ଲଳିତ କୁମାର ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।
ଆହୁରି ପଢନ୍ତୁ ଓଡିଶା ଖବର...