OR05AE3282, ନରେନ୍ଦ୍ରପୁର ପାଣ୍ଡିର ଏହି ଗାଡ଼ି ବୁଢ଼ା ହୋଇ ଏବେ ମରିବା ଅବସ୍ଥାରେ, କାଗଜପତ୍ର କିଛି ଠିକ୍ ନାହିଁ, ତଥାପି ଚାଲିଛି ଗାଡ଼ି। OD05M0538, ମାହାଙ୍ଗା ଥାନାର ଏହି ଗାଡ଼ି। ଏହାର ଇନ୍ସ୍ୟୁରାନ୍ସ ନାହିଁ କି ପ୍ରଦୂଷଣ ସାର୍ଟିଫିକେଟ୍ ବି ନାହିଁ। OR05AL9971, ଜୟପୁର ପାଣ୍ଡିର ଏହି ଗାଡ଼ି ଚାଲିବା ପାଇଁ ଅକ୍ଷମ, ତଥାପି ପୋଲିସ ବାବୁ ଗାଡ଼ିରେ ବସୁଛନ୍ତି, ପାଟ୍ରୋଲିଂ କରୁଛନ୍ତି। ଗାଡି ନମ୍ବର OD05AP2707 ନିଶ୍ଚିତକୋଇଲି ଥାନାର ଗାଡ଼ି, ଏହାର ବି ଇନ୍ସ୍ୟୁରାନ୍ସ ନାହିଁ। ବୋଧେ ଆଇନଟା କେବଳ ସାଧାରଣ ଲୋକଙ୍କ ପାଇଁ ଆଉ ପୋଲିସ ବାବୁଙ୍କୁ ସାତ ଖୁଣ ମାଫ୍।ଗତ ୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବୃନ୍ଦାବହାଲରେ ବିଜୁ ଏକ୍ସପ୍ରେସୱେର ଉଦଘାଟନ କରିଥିଲେ।
ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନଙ୍ଗା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ତଦାରଖ ପାଇଁ ତାଙ୍କ ସରକାରୀ ଗାଡିରେ ଆସିଥିଲେ । ଗାଡ଼ିର ନମ୍ବର ଥିଲା OR08 D 0868। ଗାଡ଼ିର ବୟସ ୧୫ ବର୍ଷ ୯ ମାସ । ଗାଡ଼ିର ଫିଟନେସ ବି ନାହିଁ। ସବୁଠାରୁ ବଡ଼କଥା ଲାଞ୍ଜିଗଡ଼ ତହସିଲଦାରଙ୍କ ସରକାରୀ ଗାଡି ଜଣେ ନିରୀହ ଲୋକକୁ ହସ୍ପିଟାଲ ପହଞ୍ଚାଇଛି। ଲାଞ୍ଜିଗଡ଼ ତହସିଲଦାର ଦୁର୍ଘଟଣା ଘଟାଇ ୧୫ଦିନ ଧରି ଛୁଟିରେ ନିଜ ଗାଁକୁ ପଳାଇଛନ୍ତି । ସାହାଯ୍ୟ ତ ଦୂରର କଥା ସମବେଦନା ମଧ୍ୟ ଟିକେ ନାହିଁ। ଏପଟେ ଦୁର୍ଘଟଣାର ଶିକାର ହୋଇଥିବା ରାମେଶ୍ବର ଡାକ୍ତରଖାନାରେ ଭର୍ତ୍ତି ହୋଇ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି ।ଇଏ ତ ଭାତ ହାଣ୍ଡିରୁ ଗୋଟିଏ ଭାତର ଅବସ୍ଥା, ରାଜ୍ୟରେ ସରକାରୀ ଗାଡ଼ି ଚେକ କଲେ ଏମିତି ଶହଶହ ଗାଡ଼ି ବାହାରିବ।
ଅଧିକ ପଢ଼ନ୍ତୁ ଓଡିଶା ଖବର: