ଯେଉଁ ବ୍ୟକ୍ତି ସହରାଞ୍ଚଳରେ ବେଆଇନ ନିର୍ମାଣ କରିଥିବେ ତାଙ୍କୁ ଆଉ ମିଳିବନି ସର୍ବକ୍ଷମା ସୁବିଧା । ସରକାରଙ୍କଠୁ ଅନୁମୋଦନ ନନେଇ ଅନେକ ବ୍ୟକ୍ତି ବେଆଇନ ନିର୍ମାଣ କରିଛନ୍ତି । ତେଣୁ ଯେଉଁମାନେ ଏଭଳି କରିଛନ୍ତି କମ୍ପାଉଣ୍ଡି ଫି, ପାର୍କିଂ ଫି, ଫ୍ଳୋର ଏରିଆ ରେସିଓ ପରି ହିସାବ କରାଯାଇ ଜୋରିମାନା ଆଦାୟ ପରେ ନିର୍ମାଣକୁ ଆଇନ ସମ୍ମତ କରିବାକୁ ସର୍ବକ୍ଷମା ଯୋଜନା କରାଯାଇଥିଲା । ୨୦୧୮, ଜୁନରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଯୋଜନା । ହେଲେ ଆବେଦନକାରୀ କମ୍ ଥିବାରୁ ଅଗଷ୍ଟ ୨୦୧୯ ପୁଣିଥରେ ଯୋଜନାକୁ ୬ ମାସ ବଢାଇଥିଲେ ସରକାର । ଶେଷ ମୁହୁର୍ତ୍ତରେ ଅଧିକ ଆବେଦନ ଆସୁଥିବାରୁ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
ସର୍ବକ୍ଷମା ଯୋଜନାରେ କ୍ଷମା ଅବଧିକୁ ୧୫ ଦିନ ବୃଦ୍ଧି କଲେ ସରକାର

ଭୁବନେଶ୍ୱର: ସରକାରଙ୍କୁ ସର୍ବକ୍ଷମା ଅଡୁଆ । ଶେଷ ମୁହୁର୍ତ୍ତରେ ନିଷ୍ପତି ବଦଳାଇଲେ ସରକାର । କଣ୍ଟ ପୁରିବା ଆଗରୁ ପୁଣି ଥରେ ବଢିଲା ଯୋଜନାର ସମୟ ସୀମା । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବେଆଇନ ନିର୍ମାଣକାରୀଙ୍କୁ ସମୟ ଦେଲା ବିଡିଏ । ଫେବୃଆରୀ ୫ ତାରିଖ ଯାଏ ସର୍ବକ୍ଷମା ଯୋଜନାର ଅବଧି ଥିବା ବେଳେ ଏହାକୁ ୨୦ ଯାଏ ଘୁଞ୍ଚାଯାଇଛି । ଏହି ଡେ୍ଡ ଲାଇନ ପରେ ଆଉ ନିସ୍ତାର ନାହିଁ । ତେଣୁ ଆଗକୁ କାର୍ଯ୍ୟାନୁଷ୍ଠାନ ଦୃଢ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।
Download Argus News App
