୩୦ ବର୍ଷ ହେଲାଣି ମୌଳିକ ସୁବିଧାରୁ ଗ୍ରାମବାସୀ ବଞ୍ଚିତ । ଆଜିଯାଏ ଗାଁରେ କାହାରିକୁ ଆବାସ ମିଳିନି । ରାସ୍ତା ନଥିବାରୁ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସଟିଏ ପହଞ୍ଚିପାରେନି । ଅନ୍ଧାରୀମୂଲକର ଗାଁ ଉଦିଆବସା। ସଞ୍ଜ ନଇଁଲେ ଅନ୍ଧକାର ରାଜୁତି କରେ । ଗାଁରେ ଆଜିଯାଏ ଅଙ୍ଗନବାଡି କେନ୍ଦ୍ରଟିଏ ବି ନାହିଁ । ପାଣି ପାଇଁ ପାଇପ୍ ବିଛାଯାଇଛି, କିନ୍ତୁ ଜଳଯୋଗାଣ ହୋଇନି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ଗ୍ରାମବାସୀ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚ, ବି.ଡି.ଓ, ଉପ ଜିଲ୍ଲାପାଳ ଓ ଜିଲ୍ଳାପାଳଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଅଯାଇନି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ସରକାରଙ୍କ ଯୋଜନା ସାତ ସପନ

ଅର୍ଗସ ବ୍ୟୁରୋ : ଉଦିଆବସା ଗାଁକୁ ବାଟ ହୁଡିଛି ବିକାଶ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଳକ ଅନ୍ତର୍ଗତ ବଡଗାଁ ପଞ୍ଚାୟତର ଉଦିଆବସା ଗାଁକୁ ନାହିଁ ରାସ୍ତା । ଅଣଓସାରିଆ ବିଲ ହିଡ ଓ ନାଳ ଦେଇ ଗାଁକୁ ଯାଆସ କରନ୍ତି ଲୋକେ । ବର୍ଷା ଦିନେ ନାଳ ଫୁଲିଲେ ସମସ୍ୟା ବଢେ, ଗାଁକୁ ଯୋଗାଯୋଗ ଠପ୍ ହୋଇପଡେ । ଆଦିବାସୀ ଅଧ୍ୟୁଷିତ ଏହି ଗାଁରେ ମୌଳିକ ସୁବିଧା ଅପହଞ୍ଚ । ଗାଁରେ ୪୦ରୁ ଅଧିକ ପରିବାର ବସବାସ କରନ୍ତି । ଆଜି ଯାଏ ଭଲ ରାସ୍ତାଟିଏ ନଥିବା ବେଳେ ବିଜୁଳି, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ସବୁ ଅପହଞ୍ଚ ।
Download Argus News App
