ଅର୍ଗସ ବ୍ୟୁରୋ: ନୀଳ ଆକାଶରେ ହଠାତ ଢାଙ୍କି ହୋଇଯାଇଥିଲା କଳାବାଦଲ। ନିଆଁର ପିଣ୍ଡୁଳା ଆକାଶରୁ ଭୂ-ପୁଷ୍ଠକୁ ଖସିଆସିଥିଲା। ଚାହୁଁ ଚାହୁଁ ଆକାଶ ଆଲୋକରେ ଆଲୋକିତ ହୋଇପଡିଥିଲା। ଠିକ୍ ଏହି ସମୟରେ ଗ୍ରାମରେ ଚାଲିଥାଏ ନାମ ଯଜ୍ଞ। ଝାଞ୍ଜ ମୁର୍ଦଙ୍ଗ ଓ ହରି ନାମ ରେ ଗାଁ ଦାଣ୍ଡ ଫାଟିପଡୁଥାଏ। ଗ୍ରାମର ଶତାୟୁ ବୃଦ୍ଧ କୃପାସିନ୍ଧୁ ସାହୁଙ୍କ ଶରୀରରେ ଲୀନ ହୋଇଯାଇଥିଲା ଆକାଶରୁ ଖସିଥିବା ଆଲୋକ ପିଣ୍ଡୁଳା। ୧୯୩୪ ମସିହା ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପଞ୍ଚମୀ ମଙ୍ଗଳବାର ଦିନ ଘଟିଥିଲା ଏଭଳି କିଛି ଅଲୌକିକ ଘଟଣା। ଏଭଳି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିଥିଲେ ବ୍ରହ୍ମଗିରି ବ୍ଲକ ମାତଲାପୁର ଗ୍ରାମବାସୀ । ଅଲୌକିକ ଦୃଶ୍ୟ ଦେଖି ଭୟଭିତ ହୋଇଯାଇଥିଲେ ଗ୍ରାମବାସୀ। ଗ୍ରାମ ନିକଟ କରିମିପୁର ଚାଉଳିଆଗଞ୍ଜ ଚିଲିକା ମଧ୍ୟରେ ଗୋଟିଏ ମୁଗୁନି ଶିଳା ରହିଥିବା ଗ୍ରାମରେ ଶୂନ୍ୟ ବାଣୀ ହୋଇଥିଲା। ସେହି ଶିଳାରେ ଅଗ୍ନିସୂରୁପା ମା' ହିଙ୍ଗୁଳାଙ୍କ ଆର୍ବିଭାବ ହୋଇଥିଲା। ଗ୍ରାମବାସୀ ପହଞ୍ଚି ଚିଲିକାର ଅକାତକାତ ପାଣିରୁ ଶିଳାକୁ ଉଦ୍ଧାର କରିଥିଲେ। ଶିଳାରେ ଶଙ୍ଖ,ଚକ୍ର ଚିହ୍ନ ସହ ମଧ୍ୟଭାବରେ ଓଁ ଛବି ଦେଖିବାକୁ ମିଳିଥିଲା। ସେହିଦିନ ଠାରୁ ଉଦ୍ଧାର ହୋଇଥିବା ଶିଳାକୁ ଅକ୍ଷୁଣ୍ଣ ଭାବରେ ପୂଜାର୍ଚ୍ଚନା କରିଆସୁଛନ୍ତି ମାତଲାପୁର ଗ୍ରାମବାସୀ।
ବିଶ୍ବାସ ରହିଛି ମା' ହେଙ୍ଗୁଳା ବ୍ରହ୍ମଗିରି କୁ ସୁରକ୍ଷା ଦେବା ସହ ଶାରା ବିଶ୍ବକୁ ଆଦି ଦୈବିକ,ଆଦି ଭୈାତିକ ଓ ଆଧ୍ୟତ୍ମିକ ବିପଦରୁ ରକ୍ଷା କରିଥିନ୍ତି। ମାତଲାପୁର ଗ୍ରାମର ଇଷ୍ଟଦେବୀ ହେଉଛନ୍ତି ମା' ହେଙ୍ଗୁଳା। ଆର୍ବିଭାବ ଠାରୁ ବିଶ୍ବ ରେ ଶାନ୍ତି ପ୍ରତିଷ୍ଠା ପାଇଁ ଚାଲିଆସୁଛି ବିଶ୍ବଶାନ୍ତି ମହାଯଜ୍ଞ। ଚୈତ୍ରମାସରେ ମା' ହିଙ୍ଗୁଳାଙ୍କ ବଡ ପର୍ବ ହେଙ୍ଗୁଳାଯାତ୍ରା ମହତ୍ସବ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ଆସନ୍ତା ୩୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ମହାଯଜ୍ଞ ଅନୁଷ୍ଠିତ ହେବ। ମା' ଙ୍କ ଚଇତି ପର୍ବ ରେ ଲକ୍ଷାଧିକ ଭକ୍ତ ସମାଗମ କୁ ଦୃଷ୍ଠିରେ ରଖି ଏକ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି ଗ୍ରାମବାସୀ। ପ୍ରସ୍ତୁତି ଶେଷ ହୋଇଯାଇଛି। ପୀଠକୁ ଲକ୍ଷାଧିକ ଭକ୍ତ ଓ ମାନସିକ ଧାରିଙ୍କ ସୁଅ ଛୁଟିବ।
ଅଧିକ ପଢ଼ନ୍ତୁ ଧର୍ମ ଖବର: ଶ୍ରୀକ୍ଷେତ୍ରରେ ରହିଛି ସର୍ବପ୍ରାଚୀନ ନୃସିଂହ ପୀଠ
ସେ ଅଗ୍ନିସ୍ବରୁପା ମଙ୍ଗଳମୟୀ ମା' ହେଙ୍ଗୁଳା। ଭକ୍ତଙ୍କୁ ନିଜ ପଣତ କାନିରେ ଘୋଡେଇ ରଖିଥାନ୍ତି। ବିପଦ ଆପଦରୁ ରକ୍ଷା କରିଥାନ୍ତି। ଏଥିପାଇଁ ତ ବିପଦ ପଡିଲେ ମା' ଙ୍କ ପାଖରେ ଶରଣ ଯାନ୍ତି ଭକ୍ତ। ମା' ହିଙ୍ଗୁଳାଙ୍କ ଚରଣରେ କୋଟି କୋଟି ପ୍ରଣାମ।