ଅଧିକ ପଢନ୍ତୁ : ଓଡ଼ିଶା ପଟ୍ଟ ପରିବର୍ତ୍ତନରେ ଜୟ-ମନୁ ଯୋଡି
ମନମୋହନ ସାମଲ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ । ୧୯୭୯ ମସିହାରେ ଭଦ୍ରକ କଲେଜର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ମନମୋହନ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ରାଜ୍ୟ ସମ୍ପାଦକ ଥିଲେ । ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଥିଲେ ମନମୋହନ ସାମଲ । ୨୦୦୦ରେ ସେ ରାଜ୍ୟ ସଭାପତି ଥିବା ବେଳେ ବିଜେପି-ବିଜେଡି ମେଣ୍ଟ ସରକାର କ୍ଷମତାକୁ ଆସିଥିଲା । ୨୦୦୨ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଧାମନଗରରୁ ବିଧାନସଭାକୁ ନିର୍ବାଚିତ । ମେଣ୍ଟ ସରକାରରେ ରାଜସ୍ବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଥିଲେ ମନମୋହନ । ତେବେ ମନମୋହନଙ୍କୁ ନୂଆ ଦାୟିତ୍ବ ନେବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ନୂଆ ରାଜ୍ୟ ସଭାପତିଙ୍କୁ ଅଭିନନ୍ଦନ ଜଣାଇବା ସହ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳରେ ହୋଇଥିବା ଋଣକୌଶଳ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆଗକୁ ବଢିବ । ତାଙ୍କର ଅଭିଜ୍ଞତା ଦଳର ସାଂଗଠନିକ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବ ବୋଲି ଟ୍ବିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢନ୍ତୁ : ଓଡିଶାରେ ଦୁର୍ନୀତିଗ୍ରସ୍ତ ଶାସନ ଚାଲିଛି, 24ରେ ପରିବର୍ତ୍ତନ ହେବ
ସାଧାରଣ ନିର୍ବାଚନ ପାଇଁ ହାତରେ ଆଉ ବର୍ଷେ ସମୟ ଥିବାରୁ କେନ୍ଦ୍ରୀୟ ନେତୃତ୍ବ ଦେଇଥିବା ଟାସ୍କ ପୂରଣ ସହ ବିଜେଡିର ମୁକାବିଲା କରିବା ମନମୋହନଙ୍କ ଚ୍ୟାଲେଞ୍ଜିଂ ହେବ ନିଶ୍ଚୟ । ପ୍ରତି ମଣ୍ଡଳରେ ୨ ହଜାର କର୍ମୀ ଯୋଡ଼ିବା, ମଣ୍ଡଳ ସ୍ତରରେ ୧୦ ନେତୃତ୍ଵ ସୃଷ୍ଟି,୫୧ ପ୍ରତିଶତ ଭୋଟ ବ୍ୟାଙ୍କ ଗଠନ, ହ୍ଵାଟସଆପ୍ ଗ୍ରୁପ ଓ ସୋସିଆଲ ମିଡିଆ ସକ୍ରିୟ କରିବା, ଗରିବଙ୍କ ପ୍ରସଙ୍ଗ ଉଠାଇବା, ଓଡ଼ିଶାର ୧ କୋଟି ଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ପହଞ୍ଚାଇବା ପାଇଁ ଯୋଜନା ବିଜେପିର ଯୋଜନାକୁ ମନମୋହନଙ୍କୁ ହିଁ କ୍ରିୟାନ୍ବୟନ କରିବାକୁ ହେବ । ତେବେ ହାତରେ ପାଖାପାଖି ୩୫୦ ଦିନ ଥିବାରୁ କଠିନ ପରିଶ୍ରମ ଏବେ ଅବଶ୍ୟମ୍ଭାବୀ । ସେହିପରି ରାଜ୍ୟରେ ଭୁଶୁଡ଼ିଥିବା ଆଇନଶୃଙ୍ଖଳା ପ୍ରସଙ୍ଗରେ ସରକାରଙ୍କୁ ଘେରିବା, କେନ୍ଦ୍ରୀୟ ଯୋଜନା ହାଇଜ୍ୟାକ୍ ପ୍ରୟାସ ବେଳେ ଚେକ୍ ଦେବା ବି ମୂଳ ଲକ୍ଷ୍ୟ ହେବ ।
୨୦୧୯ରେ ବିଜେପି ଲୋକସଭାରେ ୮ ଆସନ ସହ ୩୮.୩୭ ପ୍ରତିଶତ ଭୋଟ୍ ପାଇଥିଲା । ବିଜେଡିକୁ ୪୨.୭୬ ପ୍ରତିଶତ ଭୋଟ୍ ଏବଂ କଂଗ୍ରେସକୁ ମିଳିଥିଲା ମାତ୍ର ୧୪.୭୩ ପ୍ରତିଶତ ଭୋଟ । ମାତ୍ର ବିଜେଡି ଓ ବିଜେପି ମଧ୍ୟରେ ଥିଲା ମାତ୍ର ୧୦ ଲକ୍ଷ ଭୋଟର ବ୍ୟବଧାନ । ତେଣୁ ଏହି ମାର୍ଜିନ ଉପରେ ହିଁ ରହିବ ମନମୋହନଙ୍କ ସ୍ପେସାଲ ଫୋକସ୍ ।