ହାତରେ କାମ ନାହିଁ.....ଘର ମୁହାଁ ପ୍ରବାସୀ....
କଟକ: ଚୌଦ୍ୱାର ପୋଲିସକୁ ବଡ଼ ସଫଳତା। ଚାରି ଲକ୍ଷ ଲୁଟ ଘଟଣାର ହେଲା ପର୍ଦାଫାଶ। ଚାରି ଲକ୍ଷ ଲୁଟ ପାଇଁ ଡ୍ରାଇଭର ରଚିଥିଲା ସୁକଳ୍ପିତ ଦୁର୍ଘଟଣାର ମହନାଟକ ।
ଏହି ଭଳି ଦେଖିବାକୁ ମିଳିଛି କଟକ ଜିଲ୍ଲା ଚୌଦ୍ୱାର ଥାନା ଅଞ୍ଚଳରେ। ରମେଶ ଚନ୍ଦ୍ର ରାଉତଙ୍କ ଅଭିଯୋଗକୁ ଭିତ୍ତିକରି ଚୌଦ୍ୱାର ପୋଲିସ ଡ୍ରାଇଭର ବିନୋଦ ବେହେରାକୁ ଅଟକ ରଖି ପଚରା ଉଚରା କରିଥିଲା ।
ପରେ ଲୁଟ ହୋଇଥିବା ଚାରି ଲକ୍ଷ ଟଙ୍କା ଜବତ ସହ କୋର୍ଟଚାଲାଣ କରିଛି। ସୂଚନା ଅନୁସାରେ, ବିନୋଦ ଗତ 30 ତାରିଖ ଦିନ ଏକ ଟାଟା ଏ.ସି ଗାଡ଼ିରେ ମଙ୍ଗୁଳି ଅଞ୍ଚଳରୁ ପେପର ପ୍ଲେଟ ଲୋଡ଼ କରି ଦେବଗଡ଼ ଯାଇଥିଲା ।
ଦେବଗଡ଼ରେ ପେପେର ପ୍ଲେଟ ଖାଲି କରି ଚାରି ଲକ୍ଷ ଟଙ୍କା ନେଇ ଆସିବା ସମୟରେ ଦୁର୍ଘଟଣାର ନାଟକ କରିଥିଲା ଡ୍ରାଇଭର । ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପଟଣା ବ୍ରିଜ ନିକଟରେ ଗାଡିଟି ଦୁର୍ଘଟଣା ହୋଇଥିବା ମାଲିକକୁ କହିଥିଲା ଡ୍ରାଇଭର। ମାଲିକ ଏହାକୁ ନେଇ ଚୌଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।