ଅଧିକ ପଢନ୍ତୁ ଓଡ଼ିଶା ଖବର
କିନ୍ତୁ ଆଜି ଗତ କାଲି ଦୀପାବଳି ପଡ଼ିପାରେ ଫିକା । ସୁପ୍ରିମକୋର୍ଟ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି । ସୁପ୍ରିମକୋର୍ଟଙ୍କ କଟକଣା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଲୋକେ ଦୀପାବଳିରେ କେଉଁ ବାଣ ଫୁଟାଇବେ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି ।
ସୁପ୍ରିମକୋର୍ଟ କହିଛନ୍ତି, ବାଣ ଦୋକାନରେ କେବଳ ସବୁଜ ବାଣ ବିକ୍ରି ହୋଇପାରିବ । ତେବେ ସବୁଜ ବାଣ କ’ଣ ? କେମିତି ଚିହ୍ନିବେ ସବୁଜ ବାଣ ? ଏହି ବାଣରେ ସବୁଜ ରଙ୍ଗ ଲୋଗୋ ଥାଏ । ସବୁଜ ବାଣ ଧୂଆଁ କିମ୍ବା ପାଉଁଶ ସୃଷ୍ଟି କରେ ନାହିଁ । ବାଣ ଫୁଟିଲେ ଏହାର ଶଦ୍ଦ ୧୧୦ରୁ ୧୨୫ ଡେସିମଲ ମଧ୍ୟରେ ସୀମିତ ଥାଏ । ଏହି ବାଣ ପରିବେଶକୁ କୌଣସି କ୍ଷତି ପହଞ୍ଚାଇନଥାଏ ଓ ପ୍ରଦୂଷଣ ରହିତ ହୋଇଥାଏ ।
ବୋରିୟମ ସଲ୍ଟ ଓ ରାସାୟନିକ ସାମଗ୍ରୀ ବ୍ୟବହାରକାରୀ ବାଣ ଉପରେ ରୋକ୍ ଲାଗିଛି । କୋର୍ଟ କହିଛନ୍ତି, ୧୨୫ ଡେସିମଲରୁ ଅଧିକ ଶଦ୍ଦ ପ୍ରଦୂଷଣ ବାଣ ଫୁଟିବ ନାହିଁ । ଅଧିକ ଶବ୍ଦ ଓ ପ୍ରଦୂଷଣ କରୁଥିବା ବାଣ ଫୁଟାଇପାରିବେ ନାହିଁ । ସବୁଜ ବାଣ ଫୁଟାଇବା ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଅତ୍ୟଧିକ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଉପରେ ବ୍ୟାନ ଲଗାଇଛନ୍ତି ସୁପ୍ରିମକୋର୍ଟ । ରାସାୟନିକ ସାମଗ୍ରୀ ଯୋଗୁଁ ଘାତକ ହେଉଛି ବାୟୁ ପ୍ରଦୂଷଣ । ତେଣୁ ଶଦ୍ଦ ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ ।