୧୩ ବର୍ଷ ପରେ ଭାରତ ହାତରେ ସ୍ୱର୍ଣ୍ଣ ପଦକ ଜିତିଛି । ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ଭାରତକୁ ସୁନା ଭେଟି ଦେଇଛନ୍ତି। ସେହିପରି ଭାରତ୍ତୋଳନରେ ମୀରାବାଇ ଚାନୁ ଓ କୁସ୍ତି ରବି ଦାହିଆ ରୌପ୍ୟ ଭେଟି ଦେଇଛନ୍ତି । ଅଭୁତପୂର୍ବ ସଫଳତା ଭାବେ ୪ଟି ବ୍ରୋଞ୍ଚ ପଦକ ଭାରତକୁ ମିଳିଛି।
ପୁରୁଷ ହକିରେ ଭାରତ ପ୍ରଥମ ଥର ପାଇଁ ବ୍ରୋଞ୍ଚ ପଦକ ପାଇଥିବା ବେଳେ ବକ୍ସିଂରେ ଲଭଲିନା ବୋରଗୋହେନ୍, ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଓ କୁସ୍ତିରେ ବଜରଙ୍ଗ ପୁନିଆ ବୋଞ୍ଚ ପଦକ ଲାଭ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି ।