ଭୁବନେଶ୍ବରର ଜନତା ମୈଦାନରେ ପ୍ରାରମ୍ଭିକ କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା ତାଙ୍କ ସହ ଉପସ୍ଥିତ ଥିଲେ IDCOର ଜେନେରାଲ୍ ମ୍ୟାନେଜର ଭୁପେନ୍ଦ୍ର ସିଂହ ପୁନିଆ। ଏହି ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ ନଭେମ୍ବର ୩୦ ରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ।ଆଜି ଭୂମି ପୂଜା ପରେ ଆରମ୍ଭ ହେଲା ରେଜିଷ୍ଟ୍ରେସନ୍ ।
ଡିସେମ୍ବର 1 ସକାଳେ ହେବ ପ୍ଲେନାରି ସେସନ୍ । ଅପରାହ୍ନ ରେ ବିଯିନେସ ଲିଡର ଟକ୍। ବଡ ବଡ ବିଜିନେସ ଲିଡର ଦେବେ ଭାଷଣ । ପେଟ୍ରୋ କେମିକାଲସ, କେମିକଲ୍ସ୍, ମେଟ୍ରୋଲୋଜି, ମେଟଲୋଜି, ସ୍କିଲ୍ ଡେଭଲପମେଣ୍ଟ, ଫର୍ଟିଲାଇଯାର୍ସ, ଫୁଡ୍ ପ୍ରୋସେଶିଂ, ଆଗ୍ରିକଲ୍ଟର ରେ କିଭଳି ରାଜ୍ୟର ବିକାଶ ହୋଇପାରିବ ଓ ବଡ ବଡ ଇଣ୍ଡଷ୍ଟ୍ରି ମାନଙ୍କ ଭୂମିକା କଣ ରହିବ ସେ ନେଇ ଆଲୋଚନା ହେବ ।
2 ଓ 3 ତାରିଖରେ ରାଜ୍ୟ ସରକାର ଙ୍କ ବିଭିନ୍ନ ବିଭାଗ ତାଙ୍କର ଶିଳ୍ପ ଅଭିବୃଦ୍ଧି ପାଇଁ ନୂଆ ପଲିସି ଓ ନୂଆ ସଂସ୍କରଣ ରିଲିଜ୍ କରିବେ । 20-25 ହଜାର ଲୋକ ଆସିବେ । ମେକ୍ ଇନ୍ ଓଡ଼ିଶା ପାଇଁ ଜାପାନ, ଜର୍ମାନୀ, ନରୱେ ପାଟନରଶିପ କରିବାକୁ ସହମତି ପ୍ରକାଶ କରିଛନ୍ତି । ଆଉ ଅଧିକ ଦେଶ ବି ଆସିବେ । ଅଧିକ ରୁ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ଶିଳ୍ପ କୁ ଦିଆଯିବ ସବୁଠୁ ଅଧିକ ଗୁରୁତ୍ବ ।
ରାଜ୍ୟରେ ଉପଲବ୍ଧ ଥିବା କଞ୍ଚାମାଲ କୁ ବ୍ୟବହାର କରି ଶିଳ୍ପ ପ୍ରତିଷ୍ଠା କରିବାକୁ ଗୁରୁତ୍ବ ଦିଆଯିବ । ଷ୍ଟିଲ, ଆଲୁମିନିୟମ ରାଜ୍ୟରେ ବହୁ ମାତ୍ରାରେ ମହଜୁଦ ଅଛି । ଏହାକୁ ବ୍ୟବହାର କରି କୌଣସି କମ୍ପାନୀ ଯଦି ଭାଲ୍ୟୁ ଆଡେଡ ପଦାର୍ଥ ପ୍ରସ୍ତୁତ କରିବେ ତାଙ୍କୁ ପ୍ରାଥମିକତା ଦିଆଯିବ । ବନ୍ଦର ପାଖରେ ଯଦି କୌଣସି କମ୍ପାନୀ ରପ୍ତାନି ୟୁନିଟ ଆରମ୍ଭ କରିବେ ତେବେ ସେହି ଶିଳ୍ପ କମ୍ପାନୀ କୁ ଦିଆଯିବ ଅଗ୍ରାଧିକାର । ପଶ୍ଚିମ ଓଡ଼ିଶା ରେ ଥିବା ବିଜୁ ଇକନମିକ କରିଡ଼ର କୁ ଶିଳ୍ପ ଅଭିବୃଦ୍ଧି ପ୍ଲାନ୍ ରେ ସାମିଲ କରାଯାଇଛି । ମକା, କପା, ଧାନ, ବାଦାମ କୁ ନେଇ ନୂଆ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ଓ ରପ୍ତାନି କୁ ଦିଆଯିବ ଗୁରୁତ୍ବ ।
ଏସବୁ କ୍ଷେତ୍ରରେ କ୍ୟାପିଟାଲ ଇନଭେଷ୍ଟନେଣ୍ଟ ସବସିଡି, ଇଲେକ୍ଟ୍ରିସିଟି ପାଇଁ କିଛି ପରିମାଣରେ ଛାଡ଼, ଷ୍ଟାମ୍ପ ଡ୍ୟୁଟି, ସୁଲଭ ମୂଲ୍ୟରେ ଜମି ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ 5 ରୋଡ ଶୋ ହୋଇ ସାରିଛି । ସମୁଦାୟ 10 ଟି ରୋଡ ଶୋ ହୋଇଛି । ସେହିଥିରୁ 230 ଟି କମ୍ପାନୀ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆପ୍ଲିକେସନ୍ ଦେଇଛନ୍ତି । ସେମାନେ ଆଗ୍ରହି ଅଛନ୍ତି । କିଛି ନୂଆ ପୁଞ୍ଜି ନିବେଶକ ବି ଆସିବେ । ବଡ ବଡ ଇଣ୍ଡଷ୍ଟ୍ରି ଆସିବେ ।