ମନ୍ଦିର ପରିସରକୁ ଗ୍ରାମବାସୀମାନେ ମହାଆଡମ୍ବରରେ ପାଛୋଟି ନେଇଥିଲେ। ଏହି ଆଧ୍ୟାତ୍ମିକ ପରିବେଶରେ ଭିତରେ ପୂଜା କରାଯାଇ ବାସ୍ତୁଶାସ୍ତ୍ର ଅନୁଯାୟୀ ଵାସ୍ତୁବିତଙ୍କ ଦ୍ଵାରା ଚିହ୍ନଟ ସ୍ଥାନରେ ଭୂମି ପୂଜନ କରାଯାଇ ଶିଳାନ୍ୟାସ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମର ବନବିହାରୀ ପାତ୍ର, ହରିହର ପୃଷ୍ଟି ଓ ମୁରଲୀଧର ପାତ୍ରଙ୍କ ସମେତ ଦଧିବାମନଜୀୟୁ ଉନ୍ନୟନ ପରିଷଦର କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।
ମହାଲକ୍ଷ୍ମୀ ମନ୍ଦିର ନିର୍ମାଣ ନିମନ୍ତେ ଭୂମିପୂଜନ

ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ମଧୁ ଶାସନ ଗ୍ରାମରେ ଥିବା ଦୀର୍ଘ ୧୫୦ ବର୍ଷର ପୁରୁଣା ଦଧିବାମନଜୀଉ ମନ୍ଦିର ପରିସରରେ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କରାଯାଇଛି। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀର କୁଳ ପୁରୋହିତ ପଣ୍ଡିତ ପଦ୍ମନାଭ ମହାପାତ୍ରଙ୍କ ସମେତ ମୁକ୍ତି ମଣ୍ଡପର ପୂଜାପଣ୍ଡାମାନଙ୍କ ଦ୍ଵାରା ଆଜ୍ଞା ମାଳ ଆସିଲା ପରେ କିର୍ତ୍ତନୀ ମଣ୍ଡଳୀ ହରିବୋଲ ଓ ହୁଳହୁଳି ମଧ୍ୟରେ ଘରେ ବାହାରେ ମୁରୁଜରେ ଚିତ୍ର ଆଙ୍କି ଆଜ୍ଞାମାଳ ଆଣିଥିବା ବ୍ୟକ୍ତିଙ୍କ ଗୋଡ଼ ଧୋଇ ବନ୍ଦାପନା କରିଥିଲେ।
Download Argus News App
