ଏଠାରେ ଦୀର୍ଘ ଦିନ ଧରି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୁଚି ଛପି ମଦ ମାଫିଆମାନେ ବେଆଇନ ମଦ ଭାଟି ଖୋଲି ଚୋର ମଦ କାରବାର ଚଳାଇଥିଲେ । ହେଲେ ନିରବଦ୍ରଷ୍ଟା ସାଜିଥିଲା ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ । ଗାଁରେ ସଦା ସର୍ବଦା ମଦ୍ୟପଙ୍କ ଉତ୍ପାତ ବଢି ଚାଲିଥିଲା । ଆଉ ଯିଏ ପ୍ରତିବାଦ କଲା ସେ ମଦ ମାଫିଆଙ୍କ ଆକ୍ରମଣର ଶିକାର ହେଲା । ଆଉ ଶେଷରେ ଗାଁରେ ମହିଳାମାନେ ଗ୍ରାମ ସଭା କରି ମଦ ଦୋକାନ ବନ୍ଦ କରିବା ପାଇଁ ପ୍ରଶାସନକୁ ଅବଗତ କରାଇଲେ । କିନ୍ତୁ ପ୍ରଶାସନ କୌଣସି ଆକ୍ସନ ନେଲେ ନାହିଁ । ମହିଳାମାନେ ଏକତ୍ରିତ ହୋଇ ବେଆଇନ ଚୋରା ମଦ କାରଖାନାକୁ ଭାଙ୍ଗିଥିବା ଜଣାପଡିଛି ।
ଏଠି ପ୍ରଶ୍ନ ଉଠୁଛି ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ କରୁଛ କଣ ? ମହିଳାମାନଙ୍କର ଅଭିଯୋଗକୁ କାହିଁକି ଗୁରୁତ୍ୱ ଦେଲେ ନାହିଁ ପ୍ରଶାସନ ? ମହିଳା ଗ୍ରୁପର ଏଭଳି ପଦକ୍ଷେପକୁ ସାଧାରଣ ଜନତା ସାବାସି ଦେଉଛନ୍ତି ।
ଆହୁରି ଓଡିଶା ଖବର ପଢନ୍ତୁ...