ନୂଆଦିଲ୍ଲୀ: ଆଗାମୀ 21ରେ ହେବାକୁ ଯାଉଛି ଜିଏସ୍ଟି କାଉନ୍ସିଲର ବୈଠକ । ନୂଆ ସରକାର ଗଠନ ହେବା ପରେ ଜିଏସ୍ଟି କାଉନସିଲ୍ର ଏହା ପ୍ରଥମ ବୈଠକ । ଆଉ କିଛି ଦିନ ପରେ ନୂଆ ବଜେଟ ଉପସ୍ଥାପନ ହେବ । ତେଣୁ ଏହି ଜିଏସ୍ଟି କାଉନ୍ସିଲ୍ ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ବୋଲି କୁହାଯାଉଛି । ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୈଠକରେ ଇଲେକ୍ଟ୍ରିକ୍ ଗାଡ଼ି ଉପରେ ଜିଏସ୍ଟି ହ୍ରାସ କରିବାର ନିଷ୍ପତି ନିଆଯାଇପାରେ । ଇଲେକଟ୍ରିକ୍ ଗାଡ଼ି ଗୁଡ଼ିକରେ ଏବେ 12 ପ୍ରତିଶତ ଜିଏସ୍ଟି ଲାଗୁ କରାଯାଉଥିବା ବେଳେ ଆଗାମୀ ଦିନରେ ଏହାକୁ 5 ପ୍ରତିଶତକୁ ହ୍ରାସ କରାଯିବାର ସମ୍ଭାବନା ରହିଛି ।
ତେବେ ଏହି ଖବର ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ଷ୍ଟକ୍ ମାର୍କେଟ ଅଭୁତପୂର୍ବ ଭାବେ ଉପରକୁ ଉଠିଛି । ଇଲେକ୍ଟ୍ରିକ୍ ଗାଡ଼ି ତିଆରି କରୁଥିବା କମ୍ପାନୀ ଗୁଡ଼ିକରେ ନିବେଶକଙ୍କ ସଂଖ୍ୟା ବଢିଛି । ଏହି କମ୍ପାନୀଗୁଡ଼ିକର ସେୟାର କିଣିବା ପାଇଁ ଏବେ ଲୋକଙ୍ ମଧ୍ୟରେ ରେସ୍ ଆରମ୍ଭ ହୋଇଛି ।
ଖାଲି ସେତିକି ନୁହେଁ ଟଭି ରିଚାର୍ଜରେ ଲାଗୁଥିବା ଜିଏସ୍ଟି ଦରକୁ ହ୍ରାସ କରାଯାଇ 12 ପ୍ରତିଶତ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି ।