ପୂର୍ବରୁ BSKY କର୍ଡ଼ ଦୁର୍ନୀତିରେ ସାଧାରଣ ଲୋକଙ୍କୁ ଠକି ଓ କାର୍ଡରେ କେଳେଙ୍କାରୀ କରି ସାଉଥ ପଏଣ୍ଟ ହସ୍ପିଟାଲର ମାଲିକ ବିନୟ ସନ୍ତୁକାଙ୍କ ସମେତ 5 ଜଣଙ୍କୁ ଗିରଫ କରିଥିଲା ପୋଲିସ।ଏହାପରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ସମ୍ପୃକ୍ତ ହସ୍ପିଟାଲ କୁ BSKY ତାଲିକାରୁ ହଟାଇ ଦେଇଥିଲେ।
କଟକ ଘରୋଇ ନର୍ସିଂହୋମ ସାଉଥପଏଣ୍ଟରେ ଜିଏସଟିର ରେଡ୍

ଅର୍ଗସ ବ୍ୟୁରୋ : କଟକର ଘରୋଇ ନର୍ସିଂହୋମ ସାଉଥପଏଣ୍ଟରେ ଜିଏସଟିର ବଡ ଧରଣର ରେଡ୍। ଠକେଇ ଅଭିଯୋଗରେ 10 ଜଣିଆ ଟିମ ଏକକାଳୀନ ତିନୋଟି ଜାଗାରେ ରେଡ଼ କରିଥିଲେ। ହସ୍ପିଟାଲ ସମେତ ତାଙ୍କ ଘର ଓ ମିରାଜ ଫାର୍ମଶୁଟିକାଲ ଉପରେ ମଧ୍ୟ ଚଢ଼ାଉ କରିଥିଲେ ଜିଏସଟି ଅଧିକାରୀ। 2018 ରେ ହସ୍ପିଟାଲଟି ଜିଏସଟିରେ ପଞ୍ଜିକୃତ ଥିବାବେଳେ 2019 ରେ ଏହାକୁ ବାତିଲ କରି ଏକ ମେଡ଼ିସିନ ଷ୍ଟୋର ନାମରେ ଜିଏସଟି ପଞ୍ଜିକୃତ କରି ହସ୍ପିଟାଲ ଚଳାଇଥିଲେ ମାଲିକ। ଏଥିରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ଅନୁମାନ କରାଯାଉଛି।
Download Argus News App
