ବିଜେପି ବିଧାୟିକା କୁସୁମ ଟେଟେ, ଶଙ୍କର ଓରାମଙ୍କ ସହ ବିଜେପିର ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଁଞ୍ଚିବା ପରେ ଜିଏସଟି ଅଧିକାରୀଙ୍କୁ ବିରୋଧର ସମ୍ମୁଖିନ ହେବାକୁ ପଡିଛି । ମହିଳା ଜଣକ ହାର୍ଟ ପେସେଣ୍ଟ ହୋଇଥିବାବେଳେ ତାଙ୍କୁ ଏଭଳି ଟର୍ଚର କରିବା ନିନ୍ଦନୀୟ ଘଟଣା । ଜିଏସଟି ଅଧିକାରୀ ଶାସକ ଦଳର ହାତବାରିସୀ ସାଜି ଦଳୀୟ ଏଜେଣ୍ଟଙ୍କ ଭଳି କାମ କରୁଥିବା ବିଜେପି ପ୍ରତିନିଧି ଦଳ ଅଭିଯୋଗ କରିଛି ।
ପଦମପୁରରେ ଚଢାଉ କରିବାକୁ ଯାଇ ହଟହଟା ହେଲେ ଜିଏସଟି ଅଧିକାରୀ
ପଦମପୁର: ପଦ୍ମପୁରରେ ଜିଏସଟି ଚଢାଉ ଘଟଣା । ଚଢାଉ କରିବାକୁ ଯାଇ ହଟହଟା ହେଲେ ଜିଏସଟି ଅଧିକାରୀ । ଘଟଣାସ୍ଥଳରେ ବିଜେପିର ପ୍ରତିନିଧି ଦଳ ପହଞ୍ଚିବା ପରେ ଜିଏସଟି ଅଧିକାରୀ ହଟହଟା ହୋଇଥିବା ଦେଖିବାକୁ ମିଳିଛି । ଜିଏସଟି ଅଧିକାରୀ ଚଢାଉ ନାଁରେ ଜଣେ ମହିଳାଙ୍କୁ ଘର ଭିତରେ ଦୀର୍ଘ ଘଣ୍ଟା ଧରି ଘରେ ବନ୍ଦ କରି ରଖିଥିଲେ ।
Download Argus News App
