ସକାଳ ୬ ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନବଜାର ବନ୍ଦ ରହିବା ନେଇ ବଣିକ ସଂଘ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ପୂର୍ବରୁ ଆଜି ସକାଳେ ପଦମପୁରରେ ହୋଇଥିବା ଇନକମ୍ ଟ୍ୟାକ୍ସ ରେଡର କାଉଣ୍ଟରରେ ସଂଧ୍ୟାରେ ଜିଏସଟି ରେଡ୍ ହୋଇଥିବା ଅଭିଯୋଗ ହୋଇଥିଲା । ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ରେଡ୍ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।
ଉଦ୍ଦେଶ୍ୟମୂଳକ ଭାବେ ପଦମପୁରରେ ହୋଇଛି ଜିଏସଟି ରେଡ୍

ଅର୍ଗସ ବ୍ୟୁରୋ : ଉଦ୍ଦେଶ୍ୟମୂଳକ ଭାବେ ପଦମପୁରରେ ହୋଇଛି ଜିଏସଟି ରେଡ୍ । ଯାହାର ବିରୋଧରେ ଆଜି ପଦମପୁରରେ ବ୍ୟବସାୟୀମାନେ ଜିଏସଟି ଅଧିକାରୀଙ୍କୁ ଘେରିଛନ୍ତି । ହେଲେ ଆସନ୍ତାକାଲି ଏହି ଜିଏସଟି ରେଡ୍ ବିରୋଧରେ ବନ୍ଦ ଡାକରା ଦେଇଛି ବଣିକ ସଂଘ । ଉଦ୍ଦେଶ୍ୟମୂଳକ ଭାବେ ଏହି ରେଡ୍ କରାଯାଇଥିବା ଅଭିଯୋଗ କରି ବଣିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।
Download Argus News App
