ଡମପଡା ପଞ୍ଚାୟତରେ ହୋଇଥିବା ଉପ ନିର୍ବାଚନରେ ହାରି ଯାଇଥିବା କାରଣରୁ, ଗଣେଶ ମୂର୍ତ୍ତି ଭସାଣି ସମୟରେ ଡମପଡା ବ୍ଲକ ବିଜୁ ଛାତ୍ର ଜନତା ଦଳର ସଭାପତି ଗୌରବ ବଳିୟାରସିଂ ଓ ତାଙ୍କର କିଛି ସମର୍ଥକ ମିଶି ସାହିରେ ଥିବା ଗୋପୀନାଥ କ୍ଳବର ସଦସ୍ୟ ମାନଙ୍କୁ କରୁଛନ୍ତି ଗାଳି ଗୁଲଜ । ପୂର୍ବ ରାଜନୈତିକ ଆକ୍ରୋଶ ରଖି ଗଣେଶ ପୂଜାରେ ଡିଜେ ସାଉଣ୍ଡକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ଶୁଣିବାକୁ ମିଳୁଛି ।
ସେପଟେ ବାଙ୍କୀ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ ଏହି ଘଟଣାକୁ ନିନ୍ଦା କରିଥିବା ବେଳେ ବାଙ୍କୀରେ ବିଜେଡି ଗୁଣ୍ଡା ବାହିନୀ ଦ୍ୱାରା ଏକ ପ୍ରକାର ଆତଙ୍କରାଜ ଚାଲିଥିବା କହିଛନ୍ତି । ବିଗତ ଦିନରେ ମଧ୍ୟ ଏହିପରି ରାଜନୈତିକ ଶତ୍ରୁତା କାରଣରୁ ବାଙ୍କୀରେ ଡବଲ ମର୍ଡର ଭଳି ଘଟଣା ଘଟିଯାଇଛି । ତେଣୁ ଏ କ୍ଷେତ୍ରରେ ବିଜେଡିକୁ ସମାଲୋଚନା କରିବା ସହିତ ବାଙ୍କୀ ପୋଲିସର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ବିଜେଡିର ଏହି ଆକ୍ରମାଣତ୍ମକ କାର୍ଯ୍ୟକଳାପକୁ ଦେଖି ବାଙ୍କୀ ଅଞ୍ଚଳ ବାସୀ ଆତଙ୍କିତ ହୋଇ ପଡିଛନ୍ତି ।