ନାରୀ ସୁରକ୍ଷା ପାଇଁ ଲଢେଇ ହେଉନି....
ଅର୍ଗସ ବ୍ୟୁରୋ: ଭୁବନେଶ୍ୱରରେ ଅବସ୍ଥାପିତ ତ୍ରିଧାରା ଓଡିଶୀ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ୧୪ତମ ଗୁରୁ ଦେବପ୍ରସାଦ ସମ୍ମାନ ସାମାରୋହ ୨୦୨୦ ଫେବୃଆରୀ ୧୩ ରୁ ୧୫ ମଧ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।
ଜୀବନ ବ୍ୟାପୀ ସଙ୍ଗୀତ ସାଧନା ପାଇଁ ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲଟାଙ୍କୁ ଏ ବର୍ଷ ଲାଇଫ ଟାଇମ ଆଚିଫମେଣ୍ଟ ପୁରସ୍କାର ମିଳିବ। ଏଥିପାଇଁ ତାଙ୍କୁ ଏକ ଫଳକ ଅଙ୍ଗବସ୍ତ୍ର ଏବଂ ଏକଲକ୍ଷ ଟଙ୍କାର ନଗଦ ପୁରସ୍କାର ଦିଆଯିବ ବୋଲି ସୂଚନା ମିଳିଛି । ଭୁବନେଶ୍ୱରରେ ଅବସ୍ଥାପିତ ତ୍ରିଧାରା ଓଡିଶୀ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ୧୪ତମ ଗୁରୁ ଦେବପ୍ରସାଦ ସମ୍ମାନ ସାମାରୋହ ୨୦୨୦ରେ ଏହି ପୁରସ୍କାର ପ୍ରଦାନ କରାଯିବ।