ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସୂଚନା...
ଅର୍ଗସ ବ୍ୟୁରୋ : ହାଇକୋର୍ଟରେ ପହଞ୍ଚିଲା ଗୁରୁଡିଝାଟିଆ କୋପରେଟିଭ ସୋସାଇଟି ବ୍ୟାଙ୍କ ଠକେଇ ମାମଲା। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଏସଆଇଟି କିମ୍ବା ଏହି ମାମଲାରେ ସିବିଆଇ ଦ୍ୱାରା ତଦନ୍ତ ପାଇଁ ପ୍ରାର୍ଥନା କରାଯାଇଛି। ତେବେ ଏହି ଘଟଣାରେ କୃଷି ବିଭାଗ, ରାଜ୍ୟ ସରକାରଙ୍କ ସହ 8 ଜଣ ପକ୍ଷଭୁକ୍ତ ହୋଇଛନ୍ତି।
ଗୁରୁଡିଝାଟିଆରେ ଚାଷୀଙ୍କ ଅଜାଣତରେ ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଋଣ ଉଠାଯାଇଛି। ଏହି ଘଟଣାରେ ସମବାୟ ମନ୍ତ୍ରୀ ରାଜା ସ୍ଵାଇଁଙ୍କ ଭାଇ ଜଡିତ ଅଛନ୍ତି। ସିସିସିବିର ସଭାପତି ଥିବା ବେଳେ ଏହି ଘୋଟାଲା ହୋଇଛି। ଏହି ମାମଲାକୁ ନେଇ ନିକଟରେ 3 ଜଣ ଚାଷୀ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇଥିଲା।