2013ରୁ ଓଡ଼ିଶାରେ ଗୁଟଖା ବ୍ୟାନ ହୋଇଥିଲେ ବି ସମ୍ବଲପୁର କେପି ସୁଗନ୍ଧ କାରଖାନାରେ ତିଆରି ହେଉଥିଲା ଗୁଟଖା। ଇଲାଇଚି, ପାନମଶାଲା ନାଁରେ ବିକ୍ରି ହେଉଛି ଗୁଟଖା । କାରଖାନାର ଫାୟାର ସେଫଟି ସାର୍ଟିଫିକେଟ୍ ନଥିଲା, ଶ୍ରମ ଆଇନର ହୋଇଥିଲା ଉଲ୍ଲଘଂନ, ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲରର ଗାଇଡଲାଇନ ବି ମାନିନଥିଲେ କଂପାନୀ ମାଲିକ । କିଏ ଖାଇଛି ସଫଳ-ବିମଳ ଗୁଟଖା କଂପାନୀର ଲୁଣ ? ଗୁଟଖା କଂପାନୀ ମାଲିକଙ୍କ ପାଖରେ କିଏ ପଡିଛି ବନ୍ଧା ? କାରଖାନା ଚଲାଇବା ପାଇଁ ଅନୁମତି ପଛରେ ଦଲାଲ ମାନେ କିଏ ?
ସନ୍ଦେହ ଘେରରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ, ଦିବ୍ୟ ଶଙ୍କର ମିଶ୍ର, ଓ ବର୍ତ୍ତମାନର ମନ୍ତ୍ରୀ ନବ ଦାସ । କେବଳ ଦୁଇ ଜଣଙ୍କୁ ଗିରଫ କରି ମାମଲାକୁ ଚାପିଦେଲା ପୋଲିସ । ମାଲିକଙ୍କ ପାଖରେ ପହଞ୍ଚିବା ପାଇଁ ପଡିଲା ଚାପ । ଏବେ ସବୁଠୁ ବଡ଼ ପ୍ରଶ୍ନ ସମ୍ବଲପୁର ଗୁଟୁଖା ଫାକ୍ଟ୍ରି ଅଗ୍ନିକାଣ୍ତ ଘଟଣା ମୃତ ୪ ଜଣ ଶ୍ରମିକଙ୍କ ପରିବାର ନ୍ୟାୟ ପାଇବେ ତ । ସମ୍ବଲପୁର ଗୁଟୁଖା ଫାକ୍ଟ୍ରି ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତ । ଏବେ ଦେଖିବାକୁ ବାକି ରହିଲା ଏନଏଚଆରସିଙ୍କ ପାଖରେ କି ଉତ୍ତର ରଖୁଛନ୍ତି ସମ୍ବଲପୁର ଜିଲ୍ଲାପାଳ।