ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । କଣ୍ଡୁରି ବେହେରା ଜଗତସିଂହପୁର ଟ୍ରାଫିକ ହାବିଲଦାର ଭାବରେ କାମ କରୁଥିଲେ । ତାଙ୍କ ବୟସ 48 ବର୍ଷ ହେବ ବୋଲି ଜଣାପଡିଛି । ତାଙ୍କର ଶୃଙ୍ଖଳା ଓ କର୍ତ୍ତବ୍ୟ ନିଷ୍ଟ କାମ ପାଇଁ ସେ ଲୋକମାନଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ । ତାଙ୍କର ଅକାଳ ବିୟୋଗରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । କଣ୍ଡୁରି ବେହେରା କୋଭିଡ ସମୟରେ ଭଲ କାମ କରି ଜିଲ୍ଲା ତରଫରୁ ପୁରସ୍କୃତ ହୋଇଥିଲେ ।
ଛାତ ଉପରୁ ଖସି ପଡି ଆଖିବୁଜିଲେ ହାବିଲଦାର କଣ୍ଡୁରୀ ବେହେରା

ଜଗତସିଂହପୁର: ଛାତରୁ ପଡ଼ି ହାବିଲଦାର ମୃତ । ଆଜି ସକାଳେ ନିଜ ଘର ପାଣି ସାଲିଆରେ ଛାତ ଉପରକୁ କୌଣସି ଏକ କାମରେ ଯାଇଥିବା ବେଳେ ହାବିଲଦାର କଣ୍ଡୁରୀ ବେହେରା ଘର ଛାତ ତଳକୁ ଖସି ପଡ଼ିଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
Download Argus News App
