ସେହିପରି ଗଜପତି ମୋହନା ବ୍ଲକର ପି ଗୋବିନ୍ଦପୁରରେ ଆତଙ୍କ ମଚାଇଛି ଝାଡାବାନ୍ତି। ଗାଁରେ ୨୪ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ଶିଶୁର ମୃତ୍ୟୁ ଘଟିଛି । ବ୍ଲକ୍ ପ୍ରଶାସନ ପକ୍ଷରୁ ଏକ ଡାକ୍ତର ଟିମ୍ ଗାଁରେ ଉପସ୍ଥିତ ରହି ଚିକିତ୍ସା ଜାରି ରଖିଛନ୍ତି । ବସୁଧା ଜଳଯୋଗାଣ କୂଅ ସମେତ ଅନ୍ୟ ଏକ କୂଅର ଜଳରେ ଈ-କୋଲାଇ ବା କୋଲିଫର୍ମ ବ୍ୟାକ୍ଟେରିଆ ବାହାରି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ଡାକ୍ତର।
ଦକ୍ଷିଣ ପରେ ପଶ୍ଚିମ ଓଡ଼ିଶାକୁ ମାଡିଲା ହଇଜା। ଝାରସୁଗୁଡାର 13 ନମ୍ବର ୱାର୍ଡ ଡେବାଡ଼ିହି ଗାଁରେ ଗୋଟିଏ ପରିବାରରୁ ଚାଲିଗଲା ଦୁଇ ଦୁଇଟା ଜୀବନ । ଡେବାଡ଼ିହି ଗାଁରେ ଗତ ଦୁଇ ଦିନ ତଳେ ଝାଡାବାନ୍ତିରେ ଅକ୍ରୁର ପ୍ରଧାନ ନାମକ ଯୁବକଙ୍କରର ମୃତୁ ହୋଇଥିଲା। ଏହା ଦିନକ ପରେ ତାଙ୍କ ବାପା ଶ୍ରୀପ୍ରସାଦ ପ୍ରଧାନଙ୍କ ଜୀବନ ଯାଇଛି।
ଏହି ଅଞ୍ଚଳର ଲିଟିପଡା ପାନପଡା ଓ ବଇଦପଡା ପ୍ରାୟ 10 ରୁ 15 ଜଣ ଝାଡାବାନ୍ତିରେ ଆକ୍ରାନ୍ତ ଅଛନ୍ତି। ସେମାନଙ୍କ ଭିତରୁ ଗୁରୁତର ଅବସ୍ଥାରେ 6 ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗାଁକୁ ଲୋକେ ବାହ୍ୟ ମଳ ମୂତ୍ର ମୁକ୍ତ କହୁଥିଲା ବେଳେ ପରିମଳ ବ୍ୟବସ୍ଥାର ସଙ୍ଗୀନ ସ୍ଥିତି ପଦାରେ ପଡିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
କାଶୀପୁର ପରେ କୋରାପୁଟ୍ ତା ପରେ ଝାରସୁଗୁଡାରେ ଝାଡାବାନ୍ତି ଆତଙ୍କ। ଲୋକଙ୍କ ଭିତରେ କୋକୁଆ ଭୟ। ପ୍ରଶାସନର ଚିକିତ୍ସା ବ୍ୟବସ୍ଥା ସତ୍ତ୍ବେ ଥମୁନି ହଇଜା ମୃତ୍ୟୁ।