ଏହି କେଶ ଉପୁଡିବା ସମସ୍ୟା ଯୋଗୁ ଅନେକ କର୍କଟ ରୋଗୀ ନିରାଶ ହୋଇଥାନ୍ତି। ତେବେ ଏହି କର୍କଟ ରୋଗରେ ପୀଡିତ ରୋଗୀଙ୍କ ମୁଁହରେ ହସ ଫୁଟାଇବା ଲାଗି ସୋପଭା ଟ୍ରଷ୍ଟ ପକ୍ଷରୁ ଏକ କେଶ ଦାନ ସଚେତନ ଶିବିର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପୁରୀ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳା ଓ ପୁରୁଷ ମାନେ ମଧ୍ୟ ସ୍ଵଇଚ୍ଛାରେ ନିଜ କେଶ ପ୍ରଦାନ କରିଛନ୍ତି l ବିଶେଷ କରି ମହିଳା ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜ କେଶ ପ୍ରଦାନ କରିଥିଲେ l କର୍କଟ ରୋଗରେ ପୀଡିତ ବ୍ୟକ୍ତି କିମ୍ବା ମହିଳା ମାନେ ଟ୍ରଷ୍ଟ ପକ୍ଷରୁ ସଂଗ୍ରହ କରାଯାଇଥିବା କେଶକୁ ବ୍ୟବହାର କରି ବେଶ ଖୁସି ବ୍ୟକ୍ତ କରୁଥିବା କହିଛନ୍ତି ଆୟୋଜକ l
କର୍କଟ ରୋଗୀଙ୍କୁ କେଶ ଦାନ

ଅର୍ଗସ ବ୍ୟୁରୋ: ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ। ୧୯୩୬ ମସିହା ଏପ୍ରିଲ ୧, ଉତ୍କଳ ଦିବସ। ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ନିଜକୁ ଗର୍ବିତ ଅନୁଭବ କରନ୍ତି । ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ । ଆଜିର ଦିନଟିକୁ ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି। ପୁରୀରେ ମଧ୍ୟ ସୋପଭା ଟ୍ରଷ୍ଟ ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି। କର୍କଟ ରୋଗୀଙ୍କୁ କେଶ ଦାନ କରି ଉତ୍କଳ ଦିବସ ପାଳନ କରିଛି ଏହି ଟ୍ରଷ୍ଟ। କର୍କଟ ରୋଗରେ ପୀଡିତ ରୋଗୀ ମାନଙ୍କ ଲାଗି ଏହି କେଶ ପ୍ରଦାନ କରାଯାଉଛି l ଦେଶ ଏବଂ ରାଜ୍ୟ ରେ ହଜାର ହଜାର ସଂଖ୍ୟକ ଲୋକେ ଏହି ରୋଗ ରେ ପୀଡିତ ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା ସମୟରେ କେଶ ଉପୁଡିବା ଦେଖିବାକୁ ମିଳିଥାଏ l
Download Argus News App
