ରାସ୍ତା ପାଶ୍ୱର୍ରେ ଥିବା ବିଲରେ କୁଟାଗଦା ହୋଇ ରହିଥିଲା । ସେହି କୁଟାଗଦାରେ ନିଆଁ ଲାଗିବା ଫଳରେ ପୁରା କୁଟାଗଦା ଜଳିଯାଇଛି । ସେଠାରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିପାରି ପୋଲିସକୁ ଖବର ଦେଇଥିଲେ । ଉଦଳା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଯୁବକଙ୍କ ପରିଚୟ ମିଳିପାରି ନ ଥିବା ବେଳେ କେହି ତାଙ୍କୁ ହତ୍ୟା କରି ଥାଇପାରେ ବୋଲି ଅନୁମାନ ମଧ୍ୟ କରାଯାଉଛି ।