ବିଦ୍ୟାଳୟରେ ନବମ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରିବା ସହ ରହିବା ପାଇଁ ୨୦୦ ଶଯ୍ୟା ବିଶିଷ୍ଟ ଆଶ୍ରମ ଗୃହ ନିର୍ମାଣ କାର୍ଯ୍ୟ ମଧ୍ୟ ଅଛି କିନ୍ତୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅଧ୍ୟୟନ କରିବା ପରିବର୍ତ୍ତେ ବିଦ୍ୟାଳୟରେ ଝୁଲୁଲା ତାଲା । ଏହି ନିର୍ମାଣ ବିଦ୍ୟାଳୟ ଖୋଲିବ କେବେ ? ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି । ସୂଚନା ମୁତାବକ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଇଲାକାରେ ରହିଛି ୨୦ରୁ୨୫ ଖଣ୍ଡ ଗ୍ରାମ । ପଞ୍ଚାୟତ ଅଞ୍ଚଳରେ ଯେଉଁ ହାଇସ୍କୁଲ ନିର୍ମାଣ କରାଯାଇଛି ତାହା ଗାଁ ଠାରୁ ମାତ୍ର ୫ରୁ୮ କିଲୋମିଟର ଦୂରରେ ରହିଛି , ତେଣୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଶହଶହ ବିଦ୍ୟାର୍ଥୀ ।
ଅନ୍ୟପକ୍ଷରେ ପାହାଡ଼ ପର୍ବତ ଘେରା ନିଳାଦ୍ରି ପ୍ରସାଦ ପଞ୍ଚାୟତ ରହିଛି ଶାଳ ଶାଗୁଆନ ଜଙ୍ଗଲ ମଧ୍ୟରେ । ତେଣୁ ଜଙ୍ଗଲର ହିଂସ୍ରଜନ୍ତୁଙ୍କ ଭୟରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯିବାରେ ବାଧା ସୃଷ୍ଟି ହୋଇଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଏହି ବିଦ୍ୟାଳୟ ନିର୍ମାଣ କଲେ କିନ୍ତୁ ଦୁଃଖର ବିଷୟ ନିର୍ମାଣ ହେବାର ଦୀର୍ଘ ୪ ବର୍ଷ ବିତି ଯାଇଥିବା ବେଳେ ବିଦ୍ୟାଳୟ ଏବଂ ଆଶ୍ରମରେ ଝୁଲୁଛି ତାଲା । କେବେ ଖୋଲିବ ନବ ନିର୍ମାଣ ହୋଇଥିବା ଏହି ବିଦ୍ୟାଳୟ ? ଅଧା ପାଠୁଆ ହୋଇ ରହିଥିବା ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀ ମାନେ କରିବେ ଉଚ୍ଚଶିକ୍ଷା ?