ବେଗୁନିଆପଡ଼ା ଯାତ୍ରା ପାଇଁ ପ୍ରତି ସାହିରେ ସୁସଜ୍ଜିତ ଆଲୋକ ସାଂଗକୁ ସୁନ୍ଦର ମେଢ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା। ସେପଟେ ମୀନାବଜାର, ଦୋଳି, ଅପେରା ସାଂଗକୁ ଫାଷ୍ଟ ଫୁଡର ମଜା ନେଇଥିଲେ ଯାତ୍ରା ଦେଖିବାକୁ ଆସୁଥିବା ଜନସାଧାରଣ ।ତେବେ ଗତକାଲି ରାତିରେ ଶେଷ ହୋଇଛି ମା ଠାକୁରାଣୀଙ୍କ ଏହି ଐହିତ୍ୟିକ ଯାତ୍ରା। ମା ଫେରିଛନ୍ତି ନିଜର ମୁଖ୍ୟ ମନ୍ଦିରକୁ। ଘଣ୍ଟ ଘଣ୍ଟା, ବାଜା ବାଜଣାରେ ମା ଙ୍କୁ ବିଦାୟ ଦେଇଛନ୍ତି ଅଗଣିତ ଭକ୍ତ।ଯାତ୍ରାର ଶେଷଦିନରେ ବେଗୁନିଆପଡାର ପ୍ରତି ସାହିରେ ୨୦ରୁ ଉର୍ଦ୍ଧ୍ୱ ନାଟକ ମଞ୍ଚସ୍ଥ ହୋଇଥିବା ବେଳେ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଲୋକକଂ ଭିଡ ଦେଖିବାକୁ ମିଳିଥିଲା।
ଅଧିକ ପଢ଼ନ୍ତୁ ଓଡିଶା ଖବର: