ଅପପୁଷ୍ଟି ଶିକାର ପିଲା ଚିହ୍ନଟ ହେବେ, ସେମାନଙ୍କ ଘରକୁ ଯାଇ ଚିକିତ୍ସା ଯୋଗାଇ ଦିଆଯିବ, ବିନା ଆଧାରରେ ବି 3 ମାସ ପର୍ଯ୍ୟନ୍ତ ରାସନ ମିଳିବ, ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ହେବ ପ୍ରମୁଖ। ହେଲେ 3 ମାସ ପରେ ବି ଯୋଜନା କେବଳ ଯୋଜନାରେ ରହିଗଲା। ଏସବୁ ପରେ ବି ସ୍ଥାନୀୟ ବିଜେଡି ବିଧାୟକ ତଥା ମନ୍ତ୍ରୀ ପ୍ରିତି ରଂଜନ ଘଡାଇ କହୁଛନ୍ତି ନଗଡାର ବିକାଶର କଥା।ଗତ ସପ୍ତାହରେ ଅର୍ଗସ ଟିମ୍ ଦୁଇ ଦୁଇ ଥର ତଳଡିହ ଗାଁ ଯାଇ ଅପପୁଷ୍ଟିର ଚିତ୍ରା ଆଣିଥିଲା ସାମ୍ନାକୁ। ବାରବାର ଖବର ପ୍ରସାରଣ ପରେ କିଛି ପିଲାଙ୍କୁ ଅଣାଯାଇ ଚିକିତ୍ସା କରାଯାଉଛି ।
ତେବେ ତଳଡିହରେ ନା ବିଜୁଳି ଅଛି ନା ପାଣି, ଖାଇବା କହିଲେ ବାତ-ଲୁଣ ଓ ଚାକୁଣ୍ଡା ଶାଗ। 1990ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁକିନ୍ଦାରୁ ନିର୍ବାଚିତ ହେଇଆସୁଛନ୍ତି ପ୍ରଫୁଲ୍ଲ ଘଡେଇ ଓ ପରେ ପ୍ରିତି ରଂଜନ ଘଡେଇ। ବିଭିନ୍ନ ବିଭାଗର ମନ୍ତ୍ରୀ ବି ହୋଇଛନ୍ତି ଉଭୟ ବାପ-ପୁଅ। ହେଲେ ନଗଡାରେ ପିଲା ମରୁଛନ୍ତି ଅପପୁଷ୍ଟିରେ। ଏବେ ପ୍ରଶ୍ନ ନଗଡାର ଏଇ ଅପହଞ୍ଚ ଇଲାକାରେ କେବେ ପହଞ୍ଚିବେ ପ୍ରିତିରଂଜନ ଘଡେଇ, କେବେ ଏମାନଙ୍କ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବେ 5ଟି ସଚିବ, ନା କେବଳ ପ୍ରାୟୋଜିତ ଅଭିଯୋଗ ଶୁଣିବେ, କୁଆଡେ ଗଲା ସରକାରଙ୍କ ନଗଡା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: