ଘରର ବଡ଼ପୁଅ ହୋଇଥିବାରୁ ପରିବାରକୁ ନେଇ ମାନସିକ ଚାପରେ ରହୁଥିଲେ ବିଜୟ । ଶେଷରେ ଗତକାଲି ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସରକାର ଯଦି କୌଣସି ସାହାଯ୍ୟର ହାତ ବଢ଼େଇ ଥାନ୍ତେ ତେବେ ବିଜୟ ଆଜି ସେମାନଙ୍କ ଗହଣରେ ଥାନ୍ତେ ବୋଲି କହିଛନ୍ତି ବିଜୟଙ୍କ ସାଙ୍ଗ । ଅନ୍ୟପଟେ ଏହି ଘଟଣାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଜୟଙ୍କ ପରିବାରକୁ ସମବେଦନା ଜଣାଇବା ସହ ସରକାରଙ୍କ ପକ୍ଷରୁ ଯାହା କରାଯାଇ ପାରିବ ସମସ୍ତ ସହଯୋଗ କରାଯିବ ବୋଲି ଦେଇଛନ୍ତି ପ୍ରତିଶ୍ରୁତି ।
ମେରୁଦଣ୍ଡରେ ଆଘାତ ଯୋଗୁଁ ଆଜିକୁ ସାଡେ ଚାରିବର୍ଷ ହେବ ଯନ୍ତ୍ରଣାରେ ଛଟପଟ ହୋଇ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଚିକିତ୍ସା ହେଉଥିଲେ । ଘରର ବଡ଼ପୁଅ ହୋଇଥିବାରୁ ପରିବାରର ବୋଝ ସାଙ୍ଗକୁ ନିଜେ ଅକର୍ମଣ୍ୟ ହୋଇଯାଇ ଥିବାରୁ ଜିଲ୍ଳା ପ୍ରସାଶନଠୁ ଆରମ୍ଭ କରି ସ୍ଥାନୀୟ ବିଧାୟକଙ୍କ ପର୍ଯ୍ୟନ୍ତ ସାହାଯ୍ୟ ପାଇଁ ବାରମ୍ବାର ଯାଇଛନ୍ତି । ହେଲେ କେବଳ ପ୍ରତିଶୃତି ମିଳିଛି ବାରମ୍ବାର । ବହୁବାର ନିରାଶ ହେବାପରେ ଆତ୍ମହତ୍ୟା ଭଳି ନିଷ୍ପତି ନେବାକୁ ବାଧ୍ୟ ହୋଇଛନ୍ତି ବିଜୟ ବୋଲି କହିଛନ୍ତି ପରିବାର ଲୋକେ ।
ବିଜୟଙ୍କ ଆତ୍ମହତ୍ୟା ପରେ ମର୍ମାହତ ହୋଇଛନ୍ତି ବିଜୟଙ୍କୁ ସର୍ବଦା ସହଯୋଗ କରୁଥିବା ତାଙ୍କ ସାଙ୍ଗ । ତେବେ ବିଜୟଙ୍କ ପରିବାରର ତିନିଜଣ ଦିବ୍ୟାଙ୍ଗ । ବିଜୟ ମାନସିକ ଚାପରେ ରହୁଥିଲେ। ସରକାରୀ ସାହାଯ୍ୟ ପାଇଁ ବାରମ୍ବାର ଯାଉଥିଲେ। ଯଦି ସରକାର ବିଜୟଙ୍କ କଥା ବୁଝିଥାନ୍ତେ ତେବେ ବିଜୟ ଆଜି ସେମାନଙ୍କ ଗହଣରେ ଥାନ୍ତେ ବୋଲି କହିଛନ୍ତି ବିଜୟଙ୍କ ସାଙ୍ଗ।
ଏନେଇ ଜିଲ୍ଲାପାଳ ଦୁଃଖ ପ୍ରକାଶ କରିଥିଲେ । ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ସେ ତାକୁ ପୂର୍ବରୁ ମେଡିକାଲ ଓ ଆର୍ଥିକ ସହଯୋଗ ରେଡକ୍ରସ ପକ୍ଷରୁ କରିଥିଲେ । ତାର ଦାବୀ ମୁତାବକ ଆଉ କିଛି ସହଯୋଗ କରିବା ପାଇଁ ନୂଆକରି ଆସିଥିବା ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ହେଲେ ସେ ଏଭଳି ଚରମ ନିଷ୍ପତି ନେବ ବୋଲି କେବେ ବି ଭାବିନଥିଲେ । ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ତାଙ୍କ ପରିବାରକୁ ସହଯୋଗ କରିବା ସହ ଆଗକୁ ଯାହା ସରକାରୀ ସହଯୋଗ କରାଯାଇ ପାରିବ ତାହା ପ୍ରଶାସନ ପକ୍ଷରୁ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।