ଗେଙ୍ଗଟିପାଲି, ଧନକଉଡା ଅଂଚଳରୁ ଆସୁଥିବା ହନୁମାନ ଜୟନ୍ତି ଶୋଭାଯାତ୍ରାରେ ପୋଲିସ ମୋତିଝରଣ ଅଂଚଳରେ ମସଜିତ ସମ୍ମୁଖରେ କଡା ସୁରକ୍ଷା ରହିଥିଲା। ପୁର୍ଵରୁ ବାଇକ ରାଲି ସମୟରେ ମୋତିଝରଣ ମସଜିଦ ସମ୍ମୁଖରେ ହନୁମାନ ଭକ୍ତ ଉପରେ ପଥର ମାଡ ହେବା ସହ ଉତ୍ତେଜନା ହୋଇଥିଲା। ଏଥର ଖୁଦ ସମ୍ବଲପୁର ଏସପି ବାଟୁଲା ଗଙ୍ଗାଧର, ଉପଜିଲ୍ଲାପାଲ ଶୋଭାଯାତ୍ରାରେ ଆଗାରେ ରହି ସୁରକ୍ଷା କଡା କଡି ଯାଞ୍ଚ କରି ଜିଲ୍ଲା ସ୍କୁଲ ଛକ ପର୍ଯ୍ୟନ୍ତ ପହଞ୍ଚାଇଥିଲେ।
କିଛି ସ୍ଥାନରେ ପୋଲିସ ଅନ୍ୟ ସମ୍ପ୍ରଦାୟ ଲୋକଙ୍କ ବାରିକେଟ କରି ପଦାରେ ଅଟକ ରଖିଥିବା ଦେଖିବାକୁ ମିଲିଥିଲା। ଶେଷରେ ପିରବାବା ଛକ ନିକଟ ଶକ୍ତିଛକରେ ସମିତି ପକ୍ଷରୁ ଆୟୋଜିତ ସଭାକାର୍ଯ୍ୟରେ ହନୁମାନ ଭକ୍ତ ପହଞ୍ଚିବା ପରେ କିଛି ଅନ୍ୟ ସମାଜ ଲୋକ ପଥର ମାଡ଼ କରିଥିଲେ। ଖୁଦ ଏସପି ଓ ଉପଜିଲ୍ଲାପାଳ ଉପସ୍ଥିତିରେ ପଥର ମାଡ ହେବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । ଦିନକ ପୁର୍ବରୁ ଏଥିପାଇ ପୋଲିସ ସହର ସାରା ଫ୍ଲାର୍ଗ ମାର୍ଚ କରିଥିଲା। ହେଲେ ତଥାପି ଖୁଦ ଏସପି ଉପଜିଲ୍ଲାପାଲ ଉପସ୍ଥିତରେ ପଥର ମାଡ ହେବାକୁ ନେଇ ବଡ ପ୍ରଶ୍ନ ଉଠିଛି ।