ରୋକଠୋକ କଥା, ନିଡର ବ୍ୟକ୍ତିକ୍ବ, ଗଣମାଧ୍ୟମ ପ୍ରତିନିଧିଙ୍କ ମସାଲାଦାର ଚଟପଟା ହାସ୍ୟ ରାଜନୈତିକ ବିବୃତ୍ତି ପାଇଁ ପସନ୍ଦଯୋଗ୍ୟ ନାୟକ। ସେ ସମସ୍ତଙ୍କର ଭାରି ପ୍ରିୟ। ଫେସବୁକରେ ଏକାଧିକ ସୁର ରାଉତରାୟ ଫ୍ୟାନ କ୍ଲବ, ଟୁଇଟରେ ଭାଙ୍ଗ ଅଜା ଭାବେ ପରିଚୟ ତାଙ୍କୁ ଅଧିକରୁ ଅଧିକ ଲୋକପ୍ରିୟ କରିଛି। ଛୁଆଠୁ ବୁଢା ସମସ୍ତଙ୍କ ପାଇଁ ସେ ହେଉଛନ୍ତି ସୁର ଭାଈ।
ଆଜି ଜନ୍ମଦିନରେ ତାଙ୍କ ପୁରୁଣା ଭୁବନେଶ୍ୱରରେ ଥିବା ନିଜ ବାସ ଭବନରେ ସମର୍ଥକଙ୍କ ଭିଡ ଲାଗିଥିଲା। କୋଭଡି ଗାଇଡଲାଇନ ଭିତରେ ସମସ୍ତେ ତାଙ୍କ ସହ ଫଟୋ ଉଠାଇଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ନିଜ ଜନ୍ମ ଦିନରେ ରୋଗୀଙ୍କୁ ଫଳ ଓ ଖାଦ୍ୟ ପୁଡ଼ିଆ ବାଣ୍ଟି ଲୋକପ୍ରିୟତା ସାଉଁଟିଛନ୍ତି ୭୮ ବର୍ଷର ଜୁଆନ, ସୁର ଭାଇ।
୨୦୧୯ ବିଧାନସଭା ନିର୍ବାଚନରେ ଯେତେବେଳେ ସାରା ରାଜ୍ୟରେ ବିଜେଡି ହାଓ୍ବା ଉଡୁଥିଲା ଆଉ କଂଗ୍ରେସ ପତନ ମୁହଁରେ ଥିଲା ସେତିକିବେଳେ ସୁର କଂଗ୍ରେସ ଦଳରୁ ବିଜୟୀ ହୋଇଥିଲେ। ବିଜେଡି ପ୍ରାର୍ଥୀ ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ହରାଇଥିଲେ। ହେଲେ ଗଣମାଧ୍ୟମ ପ୍ରଶ୍ନରେ ରୋଚକ ଉତ୍ତରଟିଏ ଦେଇ ଚର୍ଚ୍ଚିତ ହୋଇଥିଲେ ସୁର, ‘ମୁଁ ମୋ ସାନ ଭାଇକୁ ନିର୍ବାଚନରେ ହରାଇଛି’।
ନିର୍ବାଚନ ଜିତିବା ପରେ କୋଚିତ୍ ରାଜନେତା ଏମିତି ବିବୃତ୍ତି ଦିଅନ୍ତି। ସୁର ଏମିତି ଜଣେ ନେତା ଯିଏ ସବୁ ଦଳର ନେତାଙ୍କ ପାଖରେ ପ୍ରିୟ।
ସେଇଥିପାଇଁ ସେ ଲୋକପ୍ରିୟ। ଆମ ତରଫରୁ ସୁର ରାଉତରାୟଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା। ଜଗନ୍ନାଥ, ଯିଶୁ, ଆଲ୍ଲା, ଲିଙ୍ଗରାଜ, ମା ଦକ୍ଷିଣୀ ଚଣ୍ଡି ସୁର ଭାଇଙ୍କୁ ଦିର୍ଘାୟୁ କରନ୍ତୁ ।