ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଭଇସାଦାନି ପଞ୍ଚାୟତର ଦୁର୍ଗମ ପାଟଦରାହ ଗାଁରେ ବି ସମାନ ଚିତ୍ର। ଛୋଟବଡ ପ୍ରାୟ କୋଡ଼ିଏ ରୁ ଉର୍ଦ୍ଧ ପଡ଼ାକୁ ନେଇ ଏଇ ଗାଁ । ଏଠାକାର ଆଦିବାସୀ ମାନେ ଲଘୁ ବନଜାତ ଦ୍ରବ୍ୟ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । ତେବେ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାରେ କୌଣସି ହାଟ ବଜାରର ବ୍ୟବସ୍ଥା ନଥିଲା । ଫଳରେ ପ୍ରତିଦିନ ଅଞ୍ଚଳବାସୀ ମାଇଲମାଇଲ ଚାଲି ସଉଦା କରୁଥିଲେ । ଏହାକୁ ଦୃଷ୍ଟିରେ ରଖି ଏକ ସାପ୍ତାହିକ ବଜାର କରିବାକୁ ସ୍ଥିର ହେଲା ।
ହାଟର ପ୍ରଥମ ଦିନରେ ନୂଆପଡ଼ା ଜିଲ୍ଲାପାଳ ସ୍ବଧା ଦେବ ସିଂ ଏବଂ ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଯୋଗ ଦେଇ ଆଦିବାସୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଲାଲଗଡରେ ଏହି ସାପ୍ତାହିକ ବଜାର ଆଦିବାସୀଙ୍କୁ ଜୀବିକା ଯୋଗାଇବା ସହ ତାଙ୍କ ମୁହଁରେ ହସ ଫୁଟାଇ ପାରିଛି।