ସାତ ଜନ୍ମକୁ ସାକ୍ଷୀ ରଖି ବୈଦିକ ରୀତିନୀତିରେ ନୁଆସାହି ଗ୍ରାମର ସସ୍ମିତାର ହାତ ଧରିଥିଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତ ଇଶ୍ୱରପୁର ଗ୍ରାମର ଅନିଲ ଦାସ । ହେଲେ ଏହି ସମ୍ପର୍କ ସାତ ଜନ୍ମ ତ ଦୂରର କଥା କିଛି ମାସ ମଧ୍ୟରେ ସମ୍ପର୍କରେ ଫାଟ ପଡିଗଲା । ସସ୍ମିତା ୯ ମାସର ଗର୍ଭବତୀ ହେବା ପରେ ଅନିଲ କୌଶଳ କ୍ରମେ ତାକୁ ବାପ ଘରେ ଛାଡି ଅନ୍ୟ ଏକ ପ୍ରେମିକା ସହ ଫେରାର ହୋଇଯାଇଥିଲା । ମାନସି ନାମକ ନୂଆ ପ୍ରେମିକାକୁ ନେଇ ମନ୍ଦିରରେ ବାହା ହେବା ପରେ ମାନସି ଏବେ ୧ ମାସର ଗର୍ଭବତୀ ଥିବା ଦାବି କରୁଛି । ଏହି ସମସ୍ତ ଘଟଣା ପ୍ରଥମ ସ୍ତ୍ରୀ ସସ୍ମିତା ଜାଣିବା ପରେ ପୀରହାଟ ଥାନାର ଦ୍ଵାରସ୍ଥ ହୋଇଥିଲା । ପୀରହାଟ ପୁଲିସ ଭଦ୍ରକ ରେଳ ଷ୍ଟେସନରୁ ଦ୍ୱିତୀୟ ପ୍ରେମିକା ସହ ଅନିଲକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନିଲ ଓ ଦ୍ୱିତୀୟ ସ୍ତ୍ରୀ ଚେନ୍ନାଇରୁ ଫେରିବା କଥା ଜାଣି ପୂର୍ବରୁ ଛକି ବସିଥିବା ପୀରହାଟ ପୋଲିସ ମାଡି ବସିଲା ଉଭୟଙ୍କୁ । ପୀରହାଟ ଥାନାରେ ପ୍ରଥମ ସ୍ତ୍ରୀ ଉଭୟଙ୍କୁ ଆକ୍ରମଣ କରିଥିଲେ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।