ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା ଗାୟତ୍ରୀ ଓ ସୈାମ୍ୟରଞ୍ଜନଙ୍କ ପ୍ରେମ । ପରେ ୨ ପରିବାର ଲୋକଙ୍କ ସହମତିରେ ହୋଇଥିଲା ବୈଦିକ ରିତିନିତୀରେ ବିବାହ । ଏପ୍ରିଲ ୧୬ରେ ଗାୟତ୍ରୀ ଓ ସୈାମ୍ୟ ରଞ୍ଜନଙ୍କ ହାତଗଣ୍ଠି ପଡିଥିଲା । ୮ ମାସ ବେଶ ସୁଖରେ କଟିଥିଲା ଗାୟତ୍ରୀ ଓ ସୈାମ୍ୟଙ୍କ ଦାମ୍ପତ୍ୟ ଜୀବନ । କିନ୍ତୁ ହଠାତ ନଭେମ୍ବର ୨୯ ତାରିଖ ଦିନ ଭୁବନେଶ୍ବରରେ ରହୁଥିବା ଭଡା ଘରୁ ଫେରାର ହୋଇଯାଇଛନ୍ତି ଗାୟତ୍ରୀଙ୍କ ସ୍ବାମୀ ମୈାମ୍ୟ ରଞ୍ଜନ ମଙ୍ଗରାଜ ।
ସ୍ୱାମୀ ଫେରାର ହେବାପରେ ଗାୟତ୍ରୀ ଶାଶୁ ଘର ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଅନ୍ତର୍ଗତ ଦୋଛିଆ ଗ୍ରାମରେ ପହଁଞ୍ଚିଥିଲେ । କିନ୍ତୁ ଶାଶୁ ଘର ଲୋକେ ଗାୟତ୍ରୀକୁ ଚିହ୍ନିନଥିବା କହି ଘରୁ ତଡିଦେଇଥିବା ଅଭିଯୋଗ କରିଛନ୍ତି ଗାୟତ୍ରୀ । ସେପଟେ ଗାୟତ୍ରୀ ବର୍ତ୍ତମାନ ଗର୍ଭବତୀ ଅଛନ୍ତି ।
ଅପରାଧ ଖବର ଆହୁରି ପଢନ୍ତୁ