ମୃତକ ଜଣଙ୍କ ହେଲେ ବୁଲି ମୂଳି । ଘଟଣା ଘଟିବା ପରେ ଅଭିଯୁକ୍ତ ସ୍ୱାମୀ ନାରାୟଣ ମୂଳି ନିଜେ ପୋଲିସ ସମ୍ମୁଖରେ ହତ୍ୟାକାଣ୍ଡ ଭିଆଇ ଥିବାନେଇ ବୟାନ ଦେଇଛି । ଅଭିଯୁକ୍ତଠୁ ଖବର ପାଇବା ପରେ ସୋରଡ଼ା ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀ ନାରାୟଣ ମୂଳିକୁ ନେଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ଏବଂ ଋଷିକୂଲ୍ୟା ନଦୀରେ ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ମୃତକଙ୍କ ଶରୀରର କିଛି ବି ଅଂଶ ଜବତ ହୋଇପାରିନି । ପୋଲିସ ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି ।
ଆହୁରି ପଢନ୍ତୁ ଅପରାଧ ଖବର...