ମାନ୍ଦୁରୁ ମୁଣ୍ଡା ସ୍ତ୍ରୀ ରାଇମଣୀ ମୁଣ୍ଡା ଓ ୫ ବର୍ଷର ଝିଅ ଆରନୀ ଜାମୁକୁଣ୍ଡିଆ ହାଟକୁ ଯାଇଥିଲେ । ସେଠାରୁ ମାଛ କିଣି ରାତିରେ ଘରକୁ ଫେରିଥିଲେ । ମାଛ କିଣି ଘରକୁ ଫେରିବା ପରେ ଘରେ ଲାଗିଥିବା ଲୁହା କବାଟ ଫିଟାଇ ଭିତରକୁ ଯିବାବେଳେ, ସେମାନଙ୍କୁ ଜୋରଦାର ବିଦ୍ୟୁତ୍ ଝଟକା ଲାଗିଥିଲା । ଉଭୟ ସ୍ବାମୀ ସ୍ତ୍ରୀ ସେହି ଠାରେ ହିଁ ଟଳି ପଡ଼ିଥିଲେ ।
ତେବେ ଝିଅ ଆରନୀକୁ ବିଦ୍ୟୁତ୍ ସକ୍ ଲାଗିଥିଲେ ବି ସେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲା । ତା'ର ଏକ ଗୋଡ଼ରେ ବିଦ୍ୟୁତ୍ ଆଘାତ ଲାଗିଥିବାରୁ ସେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଯୋଡ଼ା ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ଗାଁରେ ଏକ ପ୍ରକାର ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।