ପରବର୍ତ୍ତୀ ସମୟରେ ସେଇଦିନଠୁ ଏଠାରେ ଭାରତ ମାତା ପୂଜା ପାଇ ଆସୁଛନ୍ତି।ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ଏଇ ମନ୍ଦିରରେ ପୂଜା ହେବା ସହ ସନ୍ଧ୍ୟାରେ ରାମଧୁନ ଗୀତ ସହ ନାମ ସଂକୀର୍ତନ ହୋଇଥାଏ।ସେତେବେଳର ସେହି ପ୍ରଜା ଆନ୍ଦୋଳନ ସମୟର ଏଇ ଭାରତ ମାତାର ମନ୍ଦିର ବେଶ ସ୍ମୁତି ବହନ କରୁଛୁ। ବନପାଲି ଗାଁର ମନ୍ଦିର ଗ୍ରାମବାସୀ ପ୍ରତ୍ୟେକ ଦିନ ଏକତ୍ରିତ ହୋଇ ହୋଇ ସେଦିନର ସେଇ ଗାଥା ମନେ ପକାଇବା ସହ ରଘୁପତି ରାଘବ ରାଜା ରାମ ଓ ଜାତୀୟ ସଙ୍ଗୀତ ଗାନ କରିଥାନ୍ତି।
୧୯୪୨ମସିହାରେ ସ୍ଥାପିତ କରାଯାଇଥିବା ଏଇ ଭାରତ ମାତାର ମନ୍ଦିର ଜିଲ୍ଲା ପ୍ରଶାସନ ଦୃଷ୍ଟି ଆଢୁଆଳରେ ରହିଯାଇଛି।ସରକାର ମନ୍ଦିର ପାଇଁ କେବଳ ଘର ଖଣ୍ଡିଏ ଯୋଗାଇ ଦେଇଛନ୍ତି।କିନ୍ତୁ କୌଣସି ସୁବିଧା ନାହିଁ।ଏଠାରେ ଏକ ମିନି ପାର୍କ ସହ ମନଲୋଭା ପାଇଁ ଲାଇଟ, ରାସ୍ତାରେ ଡିସପ୍ଲେ ବୋର୍ଡ଼ ବ୍ୟବସ୍ଥା ସହ ମନ୍ଦିର ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।ପ୍ରତିବର୍ଷ ଅଗଷ୍ଟ 15 ଓ ଜାନୁଆରୀ 26 ତାରିଖରେ ଏଠାରେ ଜାତୀୟ ସଙ୍ଗୀତ ଗାନ ସହ ଜାତୀୟ ପତାକା ଉତ୍ତୋଳନ କରାଯାଇଥାଏ।
ଗଡ଼ଜାତ ଆନ୍ଦୋଳନ ସମୟର ମୂକସାକ୍ଷୀ ଏଇ ଭାରତ ମାତାର ମନ୍ଦିର ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଏହା ସ୍ୱାଧୀନତା ଆନ୍ଦୋଳନ ସମୟର ଗାଥା ବହନ କରିବା ସହ ଆହୁରି ଲୋକପ୍ରିୟ ହୋଇପାରନ୍ତା।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।