ବେକ ତଳେ ଝୁଲୁଛି 3 କେଜି ର ମାଂସ ପିଣ୍ଡୁଳା l ଚିକିତ୍ସା ପାଇଁ ଘରେ ଅର୍ଥ ସାଜିଛି ବାଧକ l ବଢୁଛି ଯନ୍ତ୍ରଣା, ମିଳୁନି ସରକାରୀ ସୁବିଧା l 10 ବର୍ଷ ହେଲେ ଦୁଃଖ କଷ୍ଟ ରେ ରାମଶ୍ୱର ପଟେଲ l ଚିକିତ୍ସା ପାଇଁ ଗୁହାରୀ କଲେ ବି କେହି ଶୁଣୁ ନାହାନ୍ତି l ଏ ଦୃଶ୍ୟ ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ସର୍ଗିଗୁଡ଼ା ଗାଁର ରାମେଶ୍ୱର ପଟେଲ l ଆଜିକୁ 10 ବର୍ଷ ହେବ ଟିଉମର ରୋଗରେ ଆକ୍ରାନ୍ତ ହୋଇ ଦୁଃଖ ଯନ୍ତ୍ରଣା ରେ ଜୀବନ କାଟୁଛନ୍ତି l ବେକ ତଳେ 3 କେଜି ର ମାଂସ ପିଣ୍ଡୁଳା ଝୁଲୁଛି ଆଉ ଏହାର ଚିକିତ୍ସା ପାଇଁ ଘରେ ଅର୍ଥ ନାହିଁ l ଘରର ମୁରବି ରାମେଶ୍ୱର ଦିନେ ପରିବାର ଚଳାଉଥିଲେ ହେଲେ ଏବେ ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି l ରାମେଶ୍ୱର ଖାଇବା ଠୁ ଗାଧୋଇବା କାମ ପରିବାର ଲୋକଙ୍କ ଉପରେ ନିର୍ଭର କରନ୍ତି l
ଧୀରେ ଧୀରେ ଟିଉମର ରୋଗ ଆକ୍ରାନ୍ତ ରେ ମାଂସ ପିଣ୍ଡୁଳା ବଢୁଛି ଏପଟେ ଚିକିତ୍ସା ପାଇଁ ଘରେ ଟଙ୍କା ନାହିଁ l ଚିକିତ୍ସା ପାଇଁ ରାଜନେତା ରୁ ପ୍ରଶାସନ କୁ ଜଣାଇଛନ୍ତି ଆଉ ପ୍ରତିଶୃତି ମଧ୍ୟ ମିଳିଛି ହେଲେ କାର୍ଯ୍ୟକାରୀ ସାତଶପନ ପାଲଟିଛି l ଦୁଃଖ ସିନା ବଢୁଛି ହେଲେ ରୋଗରୁ ମୁକ୍ତ ହୋଇ ପାରୁନାହାନ୍ତି l ବିଜୁ ସ୍ୱାସ୍ଥ୍ୟ ଯୋଜନା ରେ ତାଙ୍କୁ ଚିକିତ୍ସା କରିବାକୁ ଆକୁଳ ନିବେଦନ କରିଛନ୍ତି ରାମେଶ୍ୱର ପଟେଲ l
ସେପଟେ ବୋଡେ଼ନ ମେଡିକାଲ ଇନଚାର୍ଜ ସଞ୍ଜୀବ କୁମାର ନାଏକ ଙ୍କୁ ପଚାରିବାରୁ ଉପରୋକ୍ତ ଅଧିକାରୀ ସହ କଥା ହୋଇ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି lଟିଉମର ରୋଗରେ ଆକ୍ରାନ୍ତ ରାମେଶ୍ୱର ଙ୍କୁ ଚିକିତ୍ସା ସୁବିଧା ନିତାନ୍ତ ଆବଶ୍ୟକ l ସରକାର ସ୍ୱାସ୍ଥ୍ୟ ସୁବିଧା ଉପରେ ବାହାବା ତ ମାରୁଛନ୍ତି l କାହିଁକି ଗରିବ ବୃଦ୍ଧା ରାମେଶ୍ୱର ଙ୍କୁ ଚିକିତ୍ସା ମିଳି ପାରୁନାହିଁ l