ରଞ୍ଜିତା କୁ ଏହି ଯୋଗଶିକ୍ଷା ଦେଇଥିଲେ ତାଙ୍କ ମାମୁଁ ଗୋପାଲ ପୋଢ। ଯିଏ ଜଣେ ଭଲ କ୍ରୀଡାବିତ ଥିଲେ। ସେମାନେ ଗରିବ ହୋଇଥିବରୁ ଆହୁରି ଉଚ୍ଚ ଧରଣର ପ୍ରଶିକ୍ଷଣ ଅଭାବରୁ ଏହି ଶିଶୁ ପ୍ରତିଭାର ଠିକ ଭାବେ ବିକାଶ ହେଉନାହିଁ। ସରକାରୀ ସହଯୋଗର ଅତ୍ୟନ୍ତ ଆବଶ୍ୟକତା ଅଛି । ତାଙ୍କର ଏହି ପାରଦର୍ଶିତା ଓ ପ୍ରତିଭା ନେଇ ସବୁଆଡେ ଚର୍ଚ୍ଚା ଚାଲିଥିବା ବେଲେ ଗାଇସିଲାଟ ବି.ଡି.ଓ ମନୋଜ ଦେବତା , ଗାଇସିଲେଟ ଥାନା ଅଧିକାରୀ ବୀରବର ଭଗତ,ବ୍ଳକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ତାଙ୍କ ନିଜ ଘରକୁ ଯାଇ ସମ୍ମାନୀତ କରିବା ସହ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରତିଶୃତି ଦେଇଥିଲେ।ଗୋଟିଏ ଛୋଟ ଗାଁ ଗରିବ ପରିବାରରୁ ଆସି ଆଜି ରାଜ୍ୟ ସ୍ତରରୁ ଜାତୀୟ ସ୍ତରକୁ ଚୟନ ହୋଇଥିବା ରଞ୍ଜିତା ଆଗକୁ ସଫଳତାର ପାହାଚକୁ ପହଞ୍ଚନ୍ତୁ ଏହା ସମସ୍ତଙ୍କ କାମନା।
ଓଡିଶା ଖବର ଆହୁରି ପଢନ୍ତୁ