ସେ ୟୁନିଫାଏଡ ସାଇବର ଓଲମ୍ପିଆଡ ଭଳି ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗ ନେଇ ୬୦ ତମ ରାଙ୍କ ହାସଲ କରିଛନ୍ତି। ଆଗାମୀ ସମୟରେ ଗୋଟିଏ ଭଲ ବୈଜ୍ଞାନିକ ହେବାକୁ ସ୍ବପ୍ନ ଦେଖିଛନ୍ତି ବୋଲି କହିଛନ୍ତି କାମେଶ୍ କୀର୍ତ୍ତିରାଜ ।କାମେଶ ଛୋଟ ବେଳୁ ପାଠପଢ଼ା ପ୍ରତି ଅଧିକ ଯତ୍ନବାନ। ସବୁବେଳେ ନିଜକୁ ପାଠ ଜଗତରେ ବାନ୍ଧି ରଖନ୍ତି। ବାପା ସୁବ୍ରତ କୁମାର ପରିଡ଼ା ମର୍ଚାଣ୍ଟ ନେଭିରେ କାର୍ଯ୍ୟ କରୁଥିବା ବେଳେ ମାଁ ନିର୍ମଳା ପରିଡ଼ା ଜଣେ ଶିକ୍ଷକ ଅଛନ୍ତି। କାମେଶଙ୍କ ଟାଲେଣ୍ଟ ଦେଖି ବେଳେବେଳେ ତାଙ୍କ ପରିଜନ ଚିନ୍ତାରେ ପଡ଼ି ଯାଆନ୍ତି।
ଯେଉଁ ବୟସରେ ପିଲାମାନେ ଏଣେତେଣେ ବୁଲାବୁଲି କରନ୍ତି ସେ ସମୟରେ କାମେଶ ପାଠ ପଢିବା ସହ ବିଭିନ୍ନ ବିଷୟକୁ ନେଇ ଗବେଷଣା କରନ୍ତି। ଘରେ ବସି ଚିତ୍ର ମଧ୍ୟ ଆଙ୍କନ୍ତି। ତେବେ ପିଲାର କିପରି ଉଜ୍ଜ୍ୱଳ ଭବିଷ୍ୟତ ହେବ ସେ ନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବାପା ମା।
ଅଧିକ ପଢ଼ନ୍ତୁ ଓଡିଶା ଖବର: