କିନ୍ତୁ ରାକେଶ ଭିଡିଓ କଲ ଉଠାଇନଥିଲେ । ଏହାପରେ ହତ୍ୟାକାରୀ ମର୍ଡର ସମୟର ଫଟୋ ତାର ସ୍ବାମୀଙ୍କ ନିକଟକୁ ପଠାଇଥିଲା । ଏହି ଘର ମାଲିକଙ୍କ ପାଖରେ ମହିଳାଙ୍କ କୁନିପୁଅ ଥିବାରୁ ସେ ବଞ୍ଚିଯାଇଥିଲା । ଏହାରି ଭିତରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନକୁ ଗିରଫ କରିଛି କମିଶନରେଟ ପୋଲିସ । ତାର ବୟାନରେ ଜଗନ୍ନାଥ କହିଛି, ମରିବି, ମାରିବି । ହତ୍ୟାକାଣ୍ଡର ଶିକାର ମହିଳା ଓ ଜଗନ୍ନାଥଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ଥିଲା । ଉଭୟଙ୍କ ମଧ୍ୟରେ ତିକ୍ତତା କାରଣରୁ ମହିଳାଙ୍କୁ ହତ୍ୟା କରି ନିଜକୁ ମାରିବା ପାଇଁ ନିଷ୍ପତି ନେଇଥିଲା ଜଗନ୍ନାଥ ।
ଘଟଣାସ୍ଥଳରୁ ବିଷ ବୋତଲ ଓ ଅଭିଯୁକ୍ତ ଜଗନ୍ନାଥର ସୁଇସାଇଟ ନୋଟ ଜବତ ହୋଇଛି। ସେଥିରେ ଲେଖା ଅଛି, ମୁଁ ଆଜି ପ୍ରିୟଙ୍କା ପ୍ରିୟଦର୍ଶିନୀକୁ ମାରି ଦେବି ତା ପୁଅକୁ ମାରିଦେବି ତାପରେ ନିଜେ ମରିଯିବି।
ସମୟ ଦିନ 10ଟା । ମୃତ ମହିଳାଙ୍କ ପତ୍ନୀ ରାକେଶ ଯାଇଥିଲେ ଅଫିସ । ପାଖାପାଖି ଦୁଇ ଘଣ୍ଟା ପରେ ଘରେ ପହଞ୍ଚିଥିଲେ ରାକେଶ । ରାକେଶଙ୍କ ଅଭିଯୋଗ ପରେ ପୋଲିସ କବାଟ ଭାଙ୍ଗିଥିଲା । ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା ମହିଳାଙ୍କ ମୃତ ଦେହ । ପାଖରେ ଜଣେ ଯୁବକ ଗୁରୁତର ଅବାସ୍ଥାରେ ପଡିଥିଲେ ।