ଏଭଳି ଘଟଣା ଦେଖି ଲୋକେ ଚନ୍ଦ୍ରଗିରି ପୋଲିସ୍ ଫାଣ୍ଡି କୁ ଖବର ଦେଇଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦଉଡି ଏବଂ ଟିଉବ୍ ସାହାଯ୍ୟରେ ଉଦ୍ଧାର କରିବା ପାଇଁ ଚେଷ୍ଟା କଲେ ମଧ୍ୟ ଯୁବକ ଜଣକ କୂଅରୁ ବାହାରକୁ ବାହାରିବାକୁ ମନାକରିଥିଲା । ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ମୋହନା ଅଗ୍ନିଶମ ବିଭାଗର ଯଓ୍ୱାନ ମାନେ ଘଟଣାସ୍ଥଳରେ ପହଞ୍ଚି କୌଶଳକ୍ରମେ ଯୁବକଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।
ତେବେ ଯୁବକ ଜଣକ ଅତ୍ୟଧିକ ମଦ୍ୟପାନ କରୁଥିବା ତଥା ALCOHOLIC WITHDRAWAL SYNDROME ରୋଗରେ ପିଡୀତ ଥିବା କାରଣରୁ ତାହାର ମାନସିକ ସ୍ଥିତି ଠିକ୍ ରହୁନଥିବାରୁ, ସେ ଏଭଳି କାର୍ଯ୍ୟ କରୁଛି ବୋଲି ଡାକ୍ତର ଜଗତ୍ ଜ୍ୟୋତି ବିଶ୍ୱାଳଙ୍କ ଠାରୁ ସୂଚନା ମିଳିଛି । ତେଣୁ ଡାକ୍ତର ଉକ୍ତ ଯୁବକଙ୍କୁ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରିଛନ୍ତି । ପୋଲିସ୍ ଘଟଣା ଉପରେ ନଜର ରଖଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର