ଦର୍ଶକବନ୍ଧୁ ଆପଣ ଏ ଅବତାରଣା ଶୁଣିବା ପରେ ଭାବୁଥିବେ, ଆମ ସତ କହୁଛୁ ନା ଗପ କହୁଛୁ। ନା...ଆଜ୍ଞା ଏହା ଗପ ନୁହେଁ। ବାହାନଗା ଟ୍ରେନ ଟ୍ରାଜିଡିର ଗୋଟେ ଚମକାଇଲା ଭଳି ଖବର। ମରଣ ମୁହଁରୁ ବଞ୍ଚି ଯାଇଥିବା ଏ ବ୍ୟକ୍ତି ଜଣକ ହେଉଛନ୍ତି ପଞ୍ଚିମବଙ୍ଗର ୨୪ ବର୍ଷିୟ ବିଶ୍ବଜିତ ମଲ୍ଲିକ।
ଜୁନ ୨ ତାରିଖରେ ସାଲିମାର ଷ୍ଟେଶନରେ କରୋମଣ୍ଡଳ ଏକ୍ସପ୍ରେସରେ ଚଢିଥିଲେ ହେଳାରାମ ମଲ୍ଲିକଙ୍କ ପୁଅ ବିଶ୍ବଜିତ୍। ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଆଗରୁ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେଲା। ଖବର ପାଇଁ ହେଳାରାମ ଆଉ ହେଳା ନ କରି ଧାଇଁ ଆସିଲେ ବାଲେଶ୍ବର। ତାଙ୍କ ପୁଅ ବଞ୍ଚିବ ଏଇ ଆଶାରେ ସେ ଆମ୍ବୁଲାନ୍ସ ନେଇ ଦୀର୍ଘ ୨୩୦ କିମି ପଥ ଅତିକ୍ରମ କଲେ। ବାହାନଗାରେ ପହଞ୍ଚି ଛାତିକୁ ପଥର କରି ଗୋଟି ଗୋଟି ମୃତଦେହ ତନଖି କଲେ।
ମିରାକଲ ହେଲା। ଚମକିପଡିଲେ ହେଳାରାମ। ଶବ ଗଦା ଭିତରେ ତାଙ୍କ ପୁଅ ବଞ୍ଚିଥିଲା। ବାପାର ବିଶ୍ବାସ ରହିଗଲା। ତୁରକ୍ତ ତାଙ୍କୁ ବାଲେଶ୍ବର ଡାକ୍ତରଖାନାକୁ ଅଣାଗଲେ। ଚିକିତ୍ସା ପରେ ବିଶ୍ବଜିତ ଏବେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି। ଯିଏ ଦେଖୁଛି ସିଏ କହୁଛି, ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର