ତେବେ ରାତି ପ୍ରାୟ ସାଢ଼େ ୧୨ଟା ୩୦ ରେ ଏହି ଘଟିଛି ଘଟଣା । ଯୁବକଙ୍କୁ କେହି ଜାଣିଶୁଣି ହତ୍ୟା କରିଥିବା ଅନୁମାନ କରାଯାଉଛି । ଗାଡ଼ିଟି କଟକ ଆରଟିଓ ରେଜିଷ୍ଟ୍ରେସନ ହୋଇଥିବାରୁ ଯୁବକ ଜଣଙ୍କ କଟକର ହୋଇଥିବା ଅନୁମାନ କରାଯାଉଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଭୁବନେଶ୍ୱର : ବାଇକ ସହ ଜୀଅନ୍ତା ଜଳିଗଲେ ଯୁବକ । ଘଟଣାଟି ଘଟିଛି ଭୁବନେଶ୍ୱର ଆଚାର୍ଯ୍ୟ ବିହାରର ଫ୍ଲାଏ ଓଭରରେ। ଯୁବକ ଜଣଙ୍କ ବାଇକ୍ ସହ ଜଳୁଥିବା ଦେଖି ଆଖପାଖ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଶରୀରର ୮୦ ପ୍ରତିଶତ ଯୁବକଙ୍କର ଜଳି ଯାଇଥିବା ଯୋଗୁଁ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି । ମେଡିକାଲରେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ଯୁବକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଆଜି ଶବ ବ୍ୟବଚ୍ଛେଦ ପରେ କାରଣ ଜଣାପଡିବ ।
ତେବେ ରାତି ପ୍ରାୟ ସାଢ଼େ ୧୨ଟା ୩୦ ରେ ଏହି ଘଟିଛି ଘଟଣା । ଯୁବକଙ୍କୁ କେହି ଜାଣିଶୁଣି ହତ୍ୟା କରିଥିବା ଅନୁମାନ କରାଯାଉଛି । ଗାଡ଼ିଟି କଟକ ଆରଟିଓ ରେଜିଷ୍ଟ୍ରେସନ ହୋଇଥିବାରୁ ଯୁବକ ଜଣଙ୍କ କଟକର ହୋଇଥିବା ଅନୁମାନ କରାଯାଉଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଭଦ୍ରକ : ଆସିଲାନି ଆମ୍ବୁଲାନ୍ସ , ଟେମ୍ପୁ ରେ ଚିକିତ୍ସାଳୟ ନେବା ବେଳେ ପ୍ରସବ କଲେ ଗର୍ଭବତୀ ମହିଳା . ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଣ୍ଟାମାଲ ଅଞ୍ଚଳରେ. ସୂଚନା ମୁତାବାକ କଣ୍ଟାମାଲ ବ୍ଲକ ଖଲିଆପାଳି ଅଂଚଳର ଏହି ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା . ଫଳରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଆସିନଥିଲା ଶେଷରେ ପରିବାର ଲୋକେ ଏକ ଟେମ୍ପୁ ସାହାଯ୍ୟରେ କଣ୍ଟାମାଲ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣୁଥିବା ସମୟ ରେ ଟେମ୍ପୁରେ ହିଁ ପ୍ରସବ ହୋଇଯାଇଥିଲା I
ଅଧିକ ପଢନ୍ତୁ : ୧ କି.ମି ଖଟିଆରେ ବୁହା ହେଲେ ଗର୍ଭବତୀ
ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି I ଏପଟେ କଣ୍ଟାମାଲ ଅଂଚଳରେ ବିଭିନ୍ନ ସ୍ଥାନରୁ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି. କେଉଁଠି ଖଟିଆରେ ରୋଗୀ ତ କେଉଁଠି ଟେମ୍ପୁରେ ରୋଗୀଙ୍କ ଚିକିତ୍ସା ଚାଲିଥିବା ଦେଖିବାକୁ ମିଳିଛି.
ଭୁବନେଶ୍ୱର: କ୍ୟାନ୍ସରରେ ପୀଡ଼ିତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ । ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି । ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ ।
ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ ।
ସେ ଗାଇଥିବା ଭକ୍ତି ସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି । ତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି ।
ଆହୁରି ପଢନ୍ତୁ ଓଡିଶା ଖବର...