୧୮ ଘଂଟାରେ ୨୫ କିଲୋମିଟର ରାଜପଥ ନିର୍ମାଣ
ଭୁବନେଶ୍ୱର: ରାଜଧାନୀରେ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣା । ମୃତ ମହିଳାଙ୍କ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ପାଇଁ କୋର୍ଟରେ ଆବଦେନ କରିବ ପୋଲିସ । ଏନେଇ ପୋଲିସ ଉପରିସ୍ଥ କୋର୍ଟ କିମ୍ୱା ହାଇକୋର୍ଟରେ ଆବେଦନ କରିବ । ଆଧାର କାର୍ଡ ଦ୍ୱାରା ମହିଳାଙ୍କ ପରିଚୟ ପାଇଁ ଏଭଳି ଯୋଜନା କରାଯାଉଛି ।
ଏହାକୁ ନେଇ କୋର୍ଟ ଅନୁମତି ଦେଲେ ଫିଙ୍ଗର ପ୍ରିଣ୍ଟକୁ ନେଇ ଆଧାର ଯାଞ୍ଚ ହେବ । ସେପଟେ ମହିଳାଙ୍କ DNA ପାଇଁ କିଛି ସାମ୍ପୁଲ ରଖାଯିବ । ପୋଷ୍ଟମର୍ଟମ ରିପୋର୍ଟରେ ମହିଳା ଅନ୍ତସତ୍ଵା ଥିବା ସୂଚନା ।
ସୂଚନାନୁସାରେ, ରାଜଧାନୀ ଉପକଣ୍ଠ ତଥା ଚନ୍ଦକା ଥାନା ଅନ୍ତର୍ଗତ ଦାସପୁର ନିକଟରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ଏହି ମୁଣ୍ଡବିହୀନ ମୃତଦେହ କାହାର ଜଣାପଡ଼ିନଥିବାବେଳେ ପୋଲିସ ତାର ତନାଘନା ଜାରି ରଖିଛି ।