ଏହାସହ ଜିଲ୍ଲାପାଳମାନଙ୍କୁ ସଂକ୍ରମଣ ଉପରେ ସ୍ୱତନ୍ତ୍ର ନଜର ରଖିବା ସହ ଘରକୁ ଘର ବୁଲି ସର୍ଭେ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଜୁନ 21 ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସର୍ଭିଲାନ୍ସ ଚାଲିବ । ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ସର୍ଭେ କରିବେ ।
ଅନ୍ୟପଟେ ଗତ 24 ଘଣ୍ଟା ମଧ୍ୟରେ 41 ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛନ୍ତି । କ୍ୱାରେନଣ୍ଟିନରୁ 24 ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ 17 ଜଣ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ 0-18 ବର୍ଷ ମଧ୍ୟରେ 4 ଜଣ ରହିଛନ୍ତି ।
ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସମ୍ବଲପୁର ଓ ସୁନ୍ଦରଗଡରୁ ଦୁଇ ଜଣ, ସେହିପରି କଟକରୁ 5 ଜଣ, ଖୋର୍ଦ୍ଧାରୁ ସର୍ବାଧିକ 22 ଜଣ ଓ ଷ୍ଟେଟ୍ ପୋଲରୁ 6 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ ଏବେ ମୋଟ ଆକ୍ଟିଭ ମାମଲା ରହିଛି 177 । ସମୁଦାୟ 30 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।